୭ ଦିନରେ ୫୨ ୟୁନିଟ ଜରୁରୀକାଳୀନ ରକ୍ତଦାନ କଲା ଭରସା ପରିବାର ଟ୍ରଷ୍ଟ
କେନ୍ଦୁଝର,୧୩ ମାର୍ଚ୍ଚ(ହି.ସ.) – ରକ୍ତଦାନ କ୍ଷେତ୍ରରେ ସମାଜ ପାଇଁ ବିଶ୍ୱାସ ଓ ଭରସାର ପ୍ରତିକ ସାଜିଥିବା ଭରସା ପରିବାର ଟ୍ରଷ୍ଟ ଏକ ସପ୍ତାହ ମଧ୍ୟରେ ୫୨ ୟୁନିଟ ଜରୁରୀକାଳୀନ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସାଜିଛି। କେବଳ କେନ୍ଦୁଝର ନୁହେଁ ଚମ୍ପୁଆ, କରଞ୍ଜିଆ, କଟକ ଓ ଭୁବନେଶ୍ୱରରେ ଦୀର୍ଘ ୫ ବର୍
Bharsa paribar blood


କେନ୍ଦୁଝର,୧୩ ମାର୍ଚ୍ଚ(ହି.ସ.) – ରକ୍ତଦାନ କ୍ଷେତ୍ରରେ ସମାଜ ପାଇଁ ବିଶ୍ୱାସ ଓ ଭରସାର ପ୍ରତିକ ସାଜିଥିବା ଭରସା ପରିବାର ଟ୍ରଷ୍ଟ ଏକ ସପ୍ତାହ ମଧ୍ୟରେ ୫୨ ୟୁନିଟ ଜରୁରୀକାଳୀନ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସାଜିଛି। କେବଳ କେନ୍ଦୁଝର ନୁହେଁ ଚମ୍ପୁଆ, କରଞ୍ଜିଆ, କଟକ ଓ ଭୁବନେଶ୍ୱରରେ ଦୀର୍ଘ ୫ ବର୍ଷ ଧରି ତତ୍କାଳ ରକ୍ତଦାନ କରି ଲୋକଙ୍କ ଆଶା ଭରସାର ପାତ୍ର ସାଜିଛି ଭରସା ପରିବାର ଟ୍ରଷ୍ଟ। ଗ୍ରୀଷ୍ମର ଆଗମନ ହେଉ ହେଉ କେନ୍ଦୁଝର ରକ୍ତଭଣ୍ଡାରରେ ରକ୍ତର ଘୋର ସଙ୍କଟ ଦେଖାଯିବାରୁ ରୋଗୀଙ୍କ ସମ୍ପର୍କୀୟ ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଭରସା ପରିବାର ଟ୍ରଷ୍ଟ ସଭାପତି ଲମ୍ବୋଦର ମହାନ୍ତ, ରକ୍ତଦାତା ସଂଯୋଜକ ସେକ ତହିଦ, ଛାତ୍ର ସଂଯୋଜକ ଶାଶ୍ୱତ ତ୍ରିପାଠୀ, କରଣ ରାୟ ଓ ଗୌତମ ଦାସଙ୍କୁ ଯୋଗାଯୋଗ କରିଚାଲିଛନ୍ତି। ଅନୁରୋଧ ରକ୍ଷା କରି ସଂଗଠନର କର୍ମକର୍ତା ସ୍ୱେଛାକୃତଭାବେ ସମ୍ପୂର୍ଣ୍ଣ ଅଜଣା ଅଚିହ୍ନା ରୋଗୀଙ୍କୁ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସାଜୁଛନ୍ତି। ସେହିଭଳି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ପାଇଁ ଦିଲ୍ଲୀପ କୁମାର ମୁଣ୍ଡା, ରଶ୍ମିରେଖା ମହାକୁଡ଼, ଶରତ ଖିଲ୍ଲାର, ହେମନ୍ତ ମହାନ୍ତ ନିଜେ ରକ୍ତଦାନ କରିବା ସହିତ ରକ୍ତଦାତା ଯୋଗାଡ଼ କରି ଅସହାୟ ରୋଗୀଙ୍କ ପାଇଁ ଦେବଦୁତ ସାଜିଛନ୍ତି। କଟକ ବଡ଼ ମେଡିକାଲରେ ସ୍ମୃତି ସାହୁ, ଦେବାନନ୍ଦ ଦାଶ, ଯଶବନ୍ତ ମହାନ୍ତି ପ୍ରମୁଖ ରକ୍ତ ଯୋଗାଡ଼ କରି ଅସହାୟ ରୋଗୀଙ୍କୁ ପ୍ରଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି। ଆଜି ପର୍ଯ୍ୟନ୍ତ ସଂଗଠନ ପକ୍ଷରୁ ୨୦, ୨୦୫ ୟୁନିଟ ଜରୁରୀକାଳୀନ ରକ୍ତଦାନ କରାଯାଇଥିବା କଥା ସଭାପତି ଲମ୍ବୋଦର ମହାନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରକ୍ତର ଅଭାବକୁ ଦୁର କରିବା ପ୍ରଶାସନକୁ ଭରସା ପରିବାର ପକ୍ଷରୁ ନିବେଦନ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande