
ପାଟନା,୧୩ ମାର୍ଚ୍ଚ(ହି.ସ.) – ବିହାର ବିଧାନସଭାକୁ ଶୁକ୍ରବାର ବମ୍ରେ ଉଡ଼ାଇବାର ଧମକପୂର୍ଣ ଇ-ମେଲ୍ ମିଳିବାରୁ ଆତଙ୍କ ଖେଳିଯାଇଛି। ଏହି ସୂଚନା ପରେ ବିଧାନସଭା ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଂମାନେ ତୁରନ୍ତ ସକ୍ରିୟ ହୋଇଯାଇଛି। ବିଧାନସଭା ପରିସରର ସୁରକ୍ଷା କଡ଼ା କରିଦିଆଯାଇଛି।
ମାମଲାର ସୂଚନା ମିଳିବା ପରେ ବିଧାନସଭାର ଅଧ୍ୟକ୍ଷ ଡା. ପ୍ରେମ କୁମାର ତତ୍କାଳ ସଂଜ୍ଞାନ ନେଇ ସଭା ସଚିବାଳୟର ପଦାଧିକାରୀମାନଙ୍କ ସହିତ ତତ୍କାଳ ବୈଠକ କରିଛନ୍ତି। ଯେଉଁଥିରେ ପୁରା ମାମଲାର ସମୀକ୍ଷା କରାଯାଇଛି ଏବଂ ସୁରକ୍ଷା ସହିତ ଯୋଡ଼ିଥିବା ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।
ଅଧ୍ୟକ୍ଷ ପ୍ରଭାରୀ ସଚିବ ଖ୍ୟାତି ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଏହି ମାମଲାର ସୂଚନା ରାଜ୍ୟର ମୁଖ୍ୟ ସଚିବ ଏବଂ ବିହାର ପୋଲିସ୍ର ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଦିଅନ୍ତୁ, ଯାହାଫଳରେ ବିଧାନସଭା ପରିସରର ସୁରକ୍ଷାର ଦୃଷ୍ଟିକୋଣରୁ ତତ୍କାଳ ଯାଂଚ କରାଯାଇ ପାରିବ।
ସୁରକ୍ଷା ଏଜେନ୍ସିଂମାନଙ୍କ ଦ୍ୱାରା ପୁରା ପରିସରରେ ଯାଂଚ ଅଭିଯାନ ଚଲାଯାଇଛି ଏବଂ ସନ୍ଦିଗ୍ଧ ଗତିବିଧିଗୁଡ଼ିକ ଉପରେ ନଜର ରଖାଯାଉଛି। ଇ-ମେଲ୍ କିଏ ଏବଂ କେଉଁଠାରୁ ପଠାଇଛି ପୋଲିସ୍ ଏବଂ ଅନ୍ୟ ଯାଂଚ ଏଜେନ୍ସିଂ ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି ।
ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାନସଭା ପରିସରରେ ଅତିରିକ୍ତ ପୋଲିସ୍ ବଳର ଛାଉଣୀ କରାଯାଇଛି ଏବଂ ଆସିବା ଯିବା ଲୋକମାନଙ୍କୁ ଗଭୀର ଯାଂଚ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି