
କୋଲକାତା, 16 ମାର୍ଚ୍ଚ (ହି.ସ.)- ପଶ୍ଚିମବଙ୍ଗ
ବିଧାନସଭା ନିର୍ବାଚନର ଘୋଷଣା ପରେ ନିର୍ବାଚନ ଆୟୋଗ ରାଜ୍ୟର ପ୍ରଶାସନିକ ଗଠନରେ ବଡ଼
ପରିବର୍ତ୍ତନ କରିବାକୁ ଜାରି ରଖିଥିବା ବେଳେ ବର୍ତ୍ତମାନ ପୁଲିସର ଶୀର୍ଷ ସ୍ତରରେ ମଧ୍ୟ ବଡ଼ ଅଦଳବଦଳ
କରିଛି। ଭୋଟିଂ କାର୍ଯ୍ୟସୂଚୀ ଘୋଷଣା ହେବାର ୨୪ ଘଣ୍ଟା ମଧ୍ୟରେ କୋଲକାତାର ପୁଲିସ କମିଶନର ଓ
ରାଜ୍ୟ ପୁଲିସର କାର୍ଯ୍ୟବାହକ ମହାନିର୍ଦ୍ଦେଶକଙ୍କୁ ପରିବର୍ତ୍ତନ କରାଯାଇଛି।
ନିର୍ବାଚନ ଆୟୋଗ କୋଲକାତାର
ପୁଲିସ କମିଶନର ସୁପ୍ରତିମ ସରକାରଙ୍କୁ ତାଙ୍କ ପଦରୁ ହଟାଇଦେଇଛି। ତାଙ୍କ ସ୍ଥାନରେ ୧୯୯୬ ବ୍ୟାଚର
ଆଇପିଏସ୍ ଅଧିକାରୀ ଅଜୟ କୁମାର ନନ୍ଦାଙ୍କୁ ନୂତନ ପୁଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି।
ସେହିପରି ପିୟୁଷ ପାଣ୍ଡେଙ୍କ ସ୍ଥାନରେ ୧୯୯୨ ବ୍ୟାଚର ଆଇପିଏସ୍ ଅଧିକାରୀ ସିଦ୍ଧିନାଥ
ଗୁପ୍ତାଙ୍କୁ ରାଜ୍ୟର କାର୍ଯ୍ୟକାରୀ ପୁଲିସ ମହାନିର୍ଦ୍ଦେଶକ ଏବଂ ପୁଲିସ ମହାନିରୀକ୍ଷକ ଭାବେ
ନିଯୁକ୍ତ କରାଯାଇଛି।
ଏହାସହ ଅତିରିକ୍ତ ପୁଲିସ
ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ବିନୀତ ଗୋୟଲଙ୍କୁ ମଧ୍ୟ ପଦରୁ ହଟାଇଦିଆଯାଇଛି। ତାଙ୍କ
ସ୍ଥାନରେ ୧୯୯୫ ବ୍ୟାଚର ଆଇପିଏସ୍ ଅଧିକାରୀ ଅଜୟ ମୁକୁନ୍ଦ ରାଣାଡେଙ୍କୁ ଏହି ଦାୟିତ୍ୱ
ଦିଆଯାଇଛି। ସେହିପରି ୧୯୯୧ ବ୍ୟାଚର ଆଇପିଏସ୍ ଅଧିକାରୀ ନଟରାଜନ ରମେଶବାବୁଙ୍କୁ ମହାନିର୍ଦ୍ଦେଶକ
(କାରାଗାର) ଭାବେ ନିଯୁକ୍ତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା