ଉତମ ସ୍ୱାସ୍ଥ୍ୟ ହିଁ ଜୀବନର ସବୁଠୁ ବଡ ସଂପତି- ମୋଦି
ନୂଆଦିଲ୍ଲୀ, 16 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟ ଓ ବ୍ୟାୟାମର ଗୁରୁତ୍ୱ ଉପରେ ଜୋର ଦେଇ ସୋମବାର ଦିନ ଏକ ସଂସ୍କୃତ ସୁଭାଷିତ ସେୟାର କରିଛନ୍ତି। ସେ କହିଛନ୍ତି ଯେ ଭଲ ସ୍ୱାସ୍ଥ୍ୟ ହେଉଛି ଜୀବନର ସବୁଠୁ ବଡ଼ ଧନ। ଏହାକୁ ରକ୍ଷା କରିବାରେ
ଉତମ ସ୍ୱାସ୍ଥ୍ୟ ହିଁ ଜୀବନର     ସବୁଠୁ ବଡ ସଂପତି- ମୋଦି


ନୂଆଦିଲ୍ଲୀ, 16 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟ ଓ ବ୍ୟାୟାମର ଗୁରୁତ୍ୱ ଉପରେ ଜୋର ଦେଇ ସୋମବାର ଦିନ ଏକ ସଂସ୍କୃତ

ସୁଭାଷିତ ସେୟାର କରିଛନ୍ତି। ସେ କହିଛନ୍ତି ଯେ ଭଲ ସ୍ୱାସ୍ଥ୍ୟ ହେଉଛି ଜୀବନର ସବୁଠୁ ବଡ଼ ଧନ।

ଏହାକୁ ରକ୍ଷା କରିବାରେ ନିୟମିତ ବ୍ୟାୟାମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ପ୍ରଧାନମନ୍ତ୍ରୀ ସମସ୍ତ

ଦେଶବାସୀଙ୍କ ସୁସ୍ଥ ଓ ସୁଖୀ ଜୀବନ ପାଇଁ କାମନା କରି ସୋସିଆଲ୍ ମିଡିଆ ମଞ୍ଚ ‘ଏକ୍ସ’ ରେ ଏକ

ପୋଷ୍ଟରେ ସଂସ୍କୃତରେ ଏହି ସୁଭାଷିତ ସେୟାର କରିଥିଲେ—

ବ୍ୟାୟାମାଲ୍ଲଭତେ

ସ୍ୱାସ୍ଥ୍ୟଂ ଦୀର୍ଘାୟୁଷ୍ୟ ବଳଂ ସୁଖମ୍ ।

ଆରୋଗ୍ୟ ପରମଂ ଭାଗ୍ୟଂ

ସର୍ବାର୍ଥସାଧନମ୍ ।

ଏହି ସୁଭାଷିତର ଅର୍ଥ

ବ୍ୟାଖ୍ୟା କରି ସେ କହିଥିଲେ ଯେ ବ୍ୟାୟାମ କରିବାରୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଆୟୁ, ଶକ୍ତି ଓ ସୁଖ ମିଳେ। ଭଲ

ସ୍ୱାସ୍ଥ୍ୟ ହେଉଛି ସବୁଠୁ ବଡ଼ ସୌଭାଗ୍ୟ ଏବଂ ଜୀବନର ସମସ୍ତ କାମର ସଫଳତାର ଆଧାର ମଧ୍ୟ ସ୍ୱସ୍ଥ

ଶରୀର ହିଁ ଅଟେ।

ମୋଦି କହିଥିଲେ ଯେ ଭଲ

ସ୍ୱାସ୍ଥ୍ୟ ହେଉଛି ଜୀବନର ସବୁଠୁ ବଡ଼ ସମ୍ପତ୍ତି ଏବଂ ଏଥିରେ ବ୍ୟାୟାମର ଭୂମିକା ଅତ୍ୟନ୍ତ

ଗୁରୁତ୍ୱପୂର୍ଣ୍ଣ। ସେ ସମସ୍ତ ଦେଶବାସୀଙ୍କ ପାଇଁ ସ୍ୱସ୍ଥ ଓ ସୁଖମୟ ଜୀବନର କାମନା ମଧ୍ୟ

କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande