
ନୂଆଦିଲ୍ଲୀ,୧୩ ମାର୍ଚ୍ଚ(ହି.ସ.) – କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖରଗେ, ଲୋକସଭାରେ ବିରୋଧି ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ(ସଂଗଠନ) କେ.ସି. ବେଣୁଗୋପାଳଙ୍କ ଉପସ୍ଥିତିରେ ଶୁକ୍ରବାର ଦିନ ଆସାମ ବିଧାନସଭା ନିର୍ବାଚନ ସହିତ ଯୋଡ଼ିଥିବା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି(ସିଇସି)ର ବୈଠକ ହୋଇଛି।
ଆସାମରୁ ସାଂସଦ ଏବଂ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବୈଠକରେ ସିଟ୍କୁ ନେଇ ବିସ୍ତାର ଭାବେ ଚର୍ଚ୍ଚା କରାଯାଇଛି। ଅପେକ୍ଷା ଯେ କାଲି ପର୍ଯ୍ୟନ୍ତ ଆଶାୟୀଙ୍କ ପ୍ରଥମ ସୂଚୀ ଜାରି କରିଦିଆଯିବ। ପାର୍ଟି ଅଧିକ ସିଟ୍ରେ ଆଶାୟୀଙ୍କ ଘୋଷଣା କରିଦେବ ଏବଂ ଏଥିରେ ମେଂଟର ଦଳଙ୍କୁ ଆବଂଟିତ ସିଟ୍ର ମଧ୍ୟ ସୂଚନା ହେବ।
ଉଲ୍ଲେଖନୀୟ ଯେ ଏହି ମାସର ଶେଷ ବା ଆସନ୍ତା ମାସର ଆରମ୍ଭରେ ଆସାମ ସହିତ ପାଂଚ ରାଜ୍ୟର ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣା ହୋଇପାରେ।
ଗୋଗୋଇଙ୍କ ଠାରୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ସହିତ ମେଂଟ ବିଷୟରେ ପ୍ରଶ୍ନ ପଚରାଯାଇଛି କିନ୍ତୁ ସେ ଏ ବିଷୟରେ ସ୍ପଷ୍ଟ ଉତର ଦେଇନାହାନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି