
ସମ୍ବଲପୁର, ୧୩ ମାର୍ଚ୍ଚ (ହି.ସ.)- ପାଶ୍ଚାତ୍ୟ ଦେଶ ଗୁଡିକରେ ଯୁଦ୍ଧ ଜାରି ରହିଥିବା ବେଳେ ଏହି ସୁଯୋଗରେ କେତେକ ମାଫିଆ ଜାଳେଣୀ ଗ୍ୟାସ୍ କଳାବଜାର କରୁଥିବା ଅଭିଯୋଗ ହେଉଛି ଏପରିକି ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ସମୟରେ ଏଲ୍.ପି.ଜି. (ଜାଳେଣୀ ଗ୍ୟାସ୍) ଯୋଗାଣରେ କୌଣସି ପ୍ରତିବନ୍ଧକ ଦେଖାଦେବା ପୂର୍ବରୁ ଗ୍ରାହକ ମାନଙ୍କର ଅଭିଯୋଗ ଓ ଅସୁବିଧାଗୁଡ଼ିକୁ ତୁରନ୍ତ ଗ୍ରହଣ କରି ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକ ଜିଲ୍ଲାସ୍ତରୀୟ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି। ଏହି କଣ୍ଟ୍ରୋଲ୍ ରୁମ୍ ରେ ମିଲନ କୁମାର ମାଝି, ମୁଖ୍ୟ ନାଗରିକ ଯୋଗାଣ ଅଧିକାରୀ, ସମ୍ବଲପୁର ନୋଡାଲ୍ ଅଫିସର, ଲିନା ବୁର୍ହ, ଏମ୍.ଆଇ.ଆଇ. ସମ୍ବଲପୁର କଣ୍ଟ୍ରୋଲ୍ ରୁମ୍ ଇନ୍-ଚାର୍ଜ ଅଧିକାରୀମାନେ ଦାୟିତ୍ୱ ନିର୍ବାହ କରିବେ ବୋଲି ଜଣାପଡ଼ିଛି।
ଏଲ୍.ପି.ଜି. ଯୋଗାଣ ସମ୍ବନ୍ଧୀୟ କୌଣସି ଅଭିଯୋଗ କିମ୍ବା ସମସ୍ୟା ଥିଲେ ଜନସାଧାରଣ କଣ୍ଟ୍ରୋଲ୍ ରୁମ୍ ନମ୍ବର ୮୨୮୦୧୦୩୮୭୧ରେ ଯୋଗାଯୋଗ କରିବା ପାଇଁ ସୂଚିତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଗ୍ରାହକଙ୍କୁ ଅନୁରୋଧ କରାଯାଇଛି ଯେ, ଏଲ୍.ପି.ଜି. ଯୋଗାଣ ସମ୍ବନ୍ଧୀୟ କୌଣସି ଅସୁବିଧା ହେଲେ ଉକ୍ତ କଣ୍ଟ୍ରୋଲ୍ ରୁମ୍ କୁ ତୁରନ୍ତ ସୂଚନା ଦେଇ ସହଯୋଗ ପାଇପାରିବେ । ଯାହାଦ୍ୱାରା ସମସ୍ୟାର ଶୀଘ୍ର ସମାଧାନ କରାଯାଇପାରିବ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ