ସୁବର୍ଣ୍ଣପୁର ଜିଲ୍ଲାରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତିନିଦିନିଆ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ
ସୁବର୍ଣ୍ଣପୁର,୧୩ ମାର୍ଚ୍ଚ(ହି.ସ.) – ଗତ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ସୁବର୍ଣ୍ଣପୁରଙ୍କ ଦ୍ୱା
ସୁବର୍ଣ୍ଣପୁର ଜିଲ୍ଲାରେ ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତିନିଦିନିଆ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ।


ସୁବର୍ଣ୍ଣପୁର,୧୩ ମାର୍ଚ୍ଚ(ହି.ସ.) – ଗତ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ସୁବର୍ଣ୍ଣପୁରଙ୍କ ଦ୍ୱାରା ଆୟୋଜିତ ଓ ଅନୁଷ୍ଠିତ ହୋଇଯାଇଛି।

ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରଫୁଲ୍ଲ ଦାସ ଓ ଉପ ଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୂପା ରଥ ପୁଙ୍ଖାନୁପୁଙ୍ଖ କ୍ଷେତ୍ର କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ କିପରି ଘର ତାଲିକା ପ୍ରସ୍ତୁତି ଓ ଘର ଗଣନା କରାଯିବ ସେ ବିଷୟରେ ତିନିଦିନ ଧରି ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ତଦାରଖ କରିଥିଲେ। ଶ୍ରୀ ଶିବମ ଜୟଶ୍ୱାଳ, ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସ୍ତରରୁ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ। ଜିଲ୍ଲାସ୍ତରରୁ ଡେପୁଟି କଲେକ୍ଟର ଶ୍ରୀ ଆଜାଦ ସାହୁ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କ୍ଷେତ୍ର ପ୍ରଶିକ୍ଷକ ତାଲିମ କାର୍ଯ୍ୟକ୍ରମରେ ସର୍ବମୋଟ ୨୪ ଜଣ କ୍ଷେତ୍ର ପ୍ରଶିକ୍ଷକ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ। ଉଭୟ ସମ୍ମିଳନୀ କକ୍ଷରେ ତାଲିମ ଗ୍ରହଣ କରିବା ସହିତ କ୍ଷେତ୍ର ସ୍ତରରେ ବିଭିନ୍ନ ଗାଁଗୁଡ଼ିକ ପରିଦର୍ଶନ କରି ବ୍ୟବହାରିକ ଓ ପ୍ରାୟୋଗିକ ତାଲିମ ଗ୍ରହଣ କରିଥିଲେ।

ଏହି ତାଲିମ କାର୍ଯ୍ୟକ୍ରମରେ ଉଭୟ ଉପଜିଲ୍ଲାପାଳଙ୍କ ସହକାରୀ ଓ ଡେପୁଟି କଲେକ୍ଟର, ତହସିଲ କାର୍ଯ୍ୟାଳୟର ରେଭିନ୍ୟୁ ସୁପରଭାଇଜର, ବିଭିନ୍ନ ବ୍ଲକର ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ମତ୍ସ୍ୟ ଅଧିକାରୀ, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ବୃନ୍ଦ କ୍ଷେତ୍ର ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ। ଆଜି ଶେଷ ଦିନରେ ସମାପନ ସମୟରେ ବିଭିନ୍ନ ସମ୍ବାଦପତ୍ରଗୁଡ଼ିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande