ବାଗ୍ରାଗୁଡ଼ା ଗ୍ରାମ ଠାରେ ଦୀପ ମହାଯଜ୍ଞ
ଜୟପୁର, ୧୩ ମାର୍ଚ୍ଚ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ବାଗ୍ରାଗୁଡ଼ା ଗ୍ରାମ ଦେଵୀ ମନ୍ଦିର ଠାରେ ୨୫୧ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ପ୍ରସ୍ତୁତି ଉଦ୍ଦେଶ୍ୟରେ ଧନପୁର, ତରଗେଇ, କାଳିଆ ଗାଁ, ସିର।ଗୁଡ଼ା, ତାଟିବେଡା, ଝିଲିମିଲି, ଗର୍ଡୁ ଗୁଡ଼ା ଭଳି ୫୦ ରୁ ଉର୍ଦ୍ଧ୍ଵ ଗ୍ରାମ ସଂପର୍କ କରାଯାଇ ବାଗ୍
ବାଗ୍ରାଗୁଡ଼ା ଗ୍ରାମ ଠାରେ ଦୀପ ମହାଯଜ୍ଞ


ଜୟପୁର, ୧୩ ମାର୍ଚ୍ଚ (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ବାଗ୍ରାଗୁଡ଼ା ଗ୍ରାମ ଦେଵୀ ମନ୍ଦିର ଠାରେ ୨୫୧ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ପ୍ରସ୍ତୁତି ଉଦ୍ଦେଶ୍ୟରେ ଧନପୁର, ତରଗେଇ, କାଳିଆ ଗାଁ, ସିର।ଗୁଡ଼ା, ତାଟିବେଡା, ଝିଲିମିଲି, ଗର୍ଡୁ ଗୁଡ଼ା ଭଳି ୫୦ ରୁ ଉର୍ଦ୍ଧ୍ଵ ଗ୍ରାମ ସଂପର୍କ କରାଯାଇ ବାଗ୍ରା ଗୁଡ଼ା ହୁଣ୍ଡି ମନ୍ଦିର ଠାରେ ଗ୍ରାମର ବିଶିଷ୍ଟ ବୁଦ୍ଧିଜୀବୀଙ୍କ ଦ୍ଵାରା ସମସ୍ତ ଗ୍ରାମ ଦେବତାଙ୍କୁ ଆବାହନ କରାଯାଇ, ଭୂମି ପୂଜନ କରାଯାଇ ଦୀପ ପ୍ରଜ୍ବଳନ କରି ସତସଙ୍ଗର ଶୁଭାରମ୍ଭ କରାଯାଇଥିଲା ।ଏହାର ମୁଖ୍ୟ ଉଦ୍ଦେଶ୍ୟ ପ୍ରୟାଜ ସଂକଳ୍ପ ଜାତି, ଧର୍ମ, ବର୍ଣ୍ଣ, ଭାଷା, ପ୍ରାନ୍ତ ସମ୍ପ୍ରଦାୟ ନିର୍ବିଶେଷରେ ୨୫୧ ଗ୍ରାମରୁ ୧୦୦୮ ଦେବ ଦମ୍ପତି, ସଜ୍ଜନ ଗଣଙ୍କୁ ସଂଗଠିତ କରି ୨୫୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ନିମିତ୍ତ ଶୁଭଖୁଣ୍ଟି ସ୍ଥାପନ କରିବା । ପରମ ପୂଜ୍ୟ ଗୁରୁଦେବ ବେଦ ମୂର୍ତ୍ତି ତୋପନିଷ୍ଟ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଙ୍କ ସଂକଳ୍ପ ମାନବ ମଧ୍ୟରେ ଦେବତ୍ଵ ଜାଗରଣ ଏବଂ ଧରାରେ ସ୍ବର୍ଗର ଅବତରଣ ସଂକଳ୍ପ ସାକାର କରିବା। ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଜିଲ୍ଲା ଗାୟତ୍ରୀ ପରିବାର ସମନ୍ୱୟକ ସୁଶ୍ରି ଋତୁମ୍ବରା ପାତ୍ର, ସପ୍ତସୂତ୍ରୀ କାର୍ଯ୍ୟକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି, କୋରାପୁଟ ଜିଲ୍ଲା ବ୍ଲକ ସମନ୍ୱୟକ ଗଙ୍ଗାଧର ପାଣିଗ୍ରାହି, ସତ୍ୟ ନାରାୟଣ ପାତ୍ର, ବାଜି ସେଠୀ, ରଶ୍ମିତା ସିଓ, ଲୁକି ଭାଇ ଓ ସମସ୍ତ ବାଗ୍ରାଗୁଡ଼ା ଗ୍ରାମବାସୀ ସହଯୋଗ କରିଥିଲେ l ଗ୍ରାମ ୱାର୍ଡ ମେମ୍ବର ପାଞ୍ଜ୍ୟା ବଡ଼ ନାୟକ, ନିଶିକାନ୍ତ ପାଢ଼ୀ, ଆୟୁସ ମାନ୍ ମହାପାତ୍ରଙ୍କ ବିଶେଷ ଯୋଗଦାନ ରହିଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande