ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ପ୍ରଭାବିତ ୬ଟି ରାଜ୍ୟକୁ ୧,୯୧୨ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା
ନୂଆଦିଲ୍ଲୀ, ୧୩ ମାର୍ଚ୍ଚ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି (ଏଚଏଲସି) ୨୦୨୫ ରେ ଆସିଥିବା ବନ୍ୟା, ଆକସ୍ମିକ ବନ୍ୟା, ବାଦଲଫଟା ବର୍ଷା, ଭୂସ୍ଖଳନ ଏବଂ ଘୂର୍ଣ୍ଣିଝଡ଼ ''ମୋଂଥା'' ଦ୍ୱାରା ପ୍ରଭାବିତ ଛଅଟି ରାଜ୍ୟ ପାଇଁ ୧,୯୧୨.୯୯ କୋଟି ଟଙ୍କାର ଅତ
ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ପ୍ରଭାବିତ ୬ଟି ରାଜ୍ୟକୁ ୧,୯୧୨ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା


ନୂଆଦିଲ୍ଲୀ, ୧୩ ମାର୍ଚ୍ଚ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି (ଏଚଏଲସି) ୨୦୨୫ ରେ ଆସିଥିବା ବନ୍ୟା, ଆକସ୍ମିକ ବନ୍ୟା, ବାଦଲଫଟା ବର୍ଷା, ଭୂସ୍ଖଳନ ଏବଂ ଘୂର୍ଣ୍ଣିଝଡ଼ 'ମୋଂଥା' ଦ୍ୱାରା ପ୍ରଭାବିତ ଛଅଟି ରାଜ୍ୟ ପାଇଁ ୧,୯୧୨.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛି । ଏହି ସହାୟତା ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏନଡିଆରଏଫ) ରୁ ଯୋଗାଇ ଦିଆଯିବ ।

ଗୃହ ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ, ଏହି ରାଶି ମଧ୍ୟରୁ ଆନ୍ଧ୍ର ପ୍ରଦେଶକୁ ୩୪୧.୪୮ କୋଟି ଟଙ୍କା, ଛତିଶଗଡ଼କୁ ୧୫.୭୦ କୋଟି ଟଙ୍କା, ଗୁଜରାଟକୁ ୭୭୮.୬୭ କୋଟି ଟଙ୍କା, ହିମାଚଳ ପ୍ରଦେଶକୁ ୨୮୮.୩୯ କୋଟି ଟଙ୍କା, ନାଗାଲାଣ୍ଡକୁ ୧୫୮.୪୧ କୋଟି ଟଙ୍କା ଏବଂ କେନ୍ଦ୍ରଶାସିତ ଅଂଚଳ ଜମ୍ମୁ-କାଶ୍ମୀରକୁ ୩୩୦.୩୪ କୋଟି ଟଙ୍କା ଦିଆଯିବ । ଏହି ସହାୟତା ରାଜ୍ୟଗୁଡ଼ିକର ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ)ରେ ଉପଲବ୍ଧ ବର୍ଷର ପ୍ରାରମ୍ଭିକ ବାଲାନ୍ସର ୫୦ ପ୍ରତିଶତର ସମାୟୋଜନର ଅଧିନରେ ହେବ ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାର ରାଜ୍ୟମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛନ୍ତି ଏବଂ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରୁଛନ୍ତି । ୨୦୨୫-୨୬ ଆର୍ôଥକ ବର୍ଷରେ, କେନ୍ଦ୍ର ସରକାର ଏସଡିଆରଏଫ ଅଧୀନରେ ୨୮ଟି ରାଜ୍ୟକୁ ୨୦,୭୩୫.୨୦ କୋଟି ଟଙ୍କା ଏବଂ ଏନଡିଆରଏଫ ଅଧୀନରେ ୨୧ଟି ରାଜ୍ୟକୁ ୩,୬୨୮.୧୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ବ୍ୟତୀତ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ)ରୁ ୨୩ଟି ରାଜ୍ୟକୁ ୫,୩୭୩.୨୦ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ)ରୁ ୨୧ଟି ରାଜ୍ୟକୁ ୧,୧୮୯.୫୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande