
ମୁଖୀଗୁଡା, ୧୩ ମାର୍ଚ୍ଚ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଇଁରୀପାଲି ପଞ୍ଚାୟତ ବିମଳାଗାଁ ବାଗବନ୍ଧରୁ ଗତକାଲି ନରକଙ୍କାଳର ଅଣ୍ଟାତଳ ଅଂଶ ଉଦ୍ଧାର କରାଯାଇଥିଲା । ଆଜି ଜୟପାଟଣା ପୋଲିସ ଓ ଅଗ୍ନିଶମ ବିଭାଗ ବାଗବନ୍ଧରେ ଅଧିକ ଖୋଜା ଖୋଜି କରିଥିଲେ କଙ୍କାଳର ଅନ୍ୟ ଅଂଶ ମିଳି ପାରିନାହିଁ। ଅପରପକ୍ଷରେ ଜୟପାଟଣା ପୋଲିସ ଗତ ଅଗଷ୍ଟ ମାସରୁ ନିଖୋଜ ଥିବା ଅମୃତ ପୁଝାରୀଙ୍କ ଘରକୁ ଯାଇ ପଚରାଉଚୁରା କରିଛି । ମା ର ସାହାରା ବିନା କୋୖଣସି ଜାଗାକୁ ଯାଉନଥିବା ଅମୃତ କିପରି ନିଖୋଜ ହେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାଗବନ୍ଧରେ ୧୫ ଫୁଟ ଉଚ୍ଚତାରେ ପାଣି ଥିବାରୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଅଧିକ ଖୋଜା ଖୋଜି କରିବା ସମ୍ଭବ ହେଉନାହିଁ । ଅଣ୍ଟାତଳକୁ ମିଳିଥିବା କଙ୍କାଳକୁ ନେଇ ଅଞ୍ଚଳରେ ନାନା କଥା ଆଲୋଚନା ହେଉଛି । ଗାଁ ନିକଟ ଏକ ପ୍ରକଳ୍ପରେ ବଳି ଦିଆଯାଇ ସେଠାରେ ମୁଣ୍ଡ ପୋତାଯାଇ ଅନ୍ୟ ଅଂଶକୁ ଏହି ବାଗବନ୍ଧରେ ଫିଙ୍ଗା ଯାଇଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ନିହାର