ଆଇବିଏସଏ ପାଣ୍ଠି ଭଳି ବିଶ୍ଵସ୍ତରୀୟ ସହଭାଗୀତା ମହିଳା ସଶକ୍ତିକରଣ ପାଇଁ ନୂତନ ଦିଗ ସ୍ଥାପନ କରିବ : ସାବିତ୍ରୀ ଠାକୁର
ନୂଆଦିଲ୍ଲୀ, ୧୩ ମାର୍ଚ୍ଚ (ହି.ସ.)- ମହିଳା ସ୍ଥିତି କମିଶନ (ସିଏସଡବ୍ଲ୍ୟୁ) ର ୭୦ତମ ଅଧିବେଶନରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି ଯେ ଭବିଷ୍ୟତରେ, ଭାରତ ବ୍ରାଜିଲ ଦକ୍ଷିଣ ଆଫ୍ରିକା (ଆଇବିଏସଏ) ପାଣ୍ଠି ଭଳି ବିଶ୍ୱସ୍ତରୀୟ ସହଭାଗୀତା ଅନ୍ତର୍ଭୁକ୍ତ ନୀତ
ଆଇବିଏସଏ ପାଣ୍ଠି ଭଳି ବିଶ୍ଵସ୍ତରୀୟ ସହଭାଗୀତା ମହିଳା ସଶକ୍ତିକରଣ ପାଇଁ ନୂତନ ଦିଗ ସ୍ଥାପନ କରିବ : ସାବିତ୍ରୀ ଠାକୁର


ନୂଆଦିଲ୍ଲୀ, ୧୩ ମାର୍ଚ୍ଚ (ହି.ସ.)- ମହିଳା ସ୍ଥିତି କମିଶନ (ସିଏସଡବ୍ଲ୍ୟୁ) ର ୭୦ତମ ଅଧିବେଶନରେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି ଯେ ଭବିଷ୍ୟତରେ, ଭାରତ ବ୍ରାଜିଲ ଦକ୍ଷିଣ ଆଫ୍ରିକା (ଆଇବିଏସଏ) ପାଣ୍ଠି ଭଳି ବିଶ୍ୱସ୍ତରୀୟ ସହଭାଗୀତା ଅନ୍ତର୍ଭୁକ୍ତ ନୀତି ନିର୍ଦ୍ଧାରଣକୁ ମଜବୁତ କରିବ ଏବଂ ମହିଳା ସଶକ୍ତିକରଣ ପାଇଁ ନୂତନ ଦିଗ ସ୍ଥାପନ କରିବ ।

ନ୍ୟୁୟର୍କସ୍ଥିତ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ ଅନୁଷ୍ଠିତ ସିଏସଡବ୍ଲ୍ୟୁର ୭୦ତମ ଅଧିବେଶନର ବିଷୟବସ୍ତୁ ଥିଲା ମହିଳା ନେତୃତ୍ୱାଧୀନ ବିକାଶ ଏବଂ ଦକ୍ଷିଣ-ଦକ୍ଷିଣ ସହଯୋଗ । ଏହା ମାର୍ଚ୍ଚ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଗୁରୁବାର ଦିନ ଶେଷ ଅଧିବେଶନରେ, ମନ୍ତ୍ରୀ ଆଇବିଏସଏ ପାଣ୍ଠିର ସଫଳତା ଏବଂ ମହିଳା ସଶକ୍ତିକରଣ ପ୍ରତି ଭାରତର ଅଟଳ ପ୍ରତିବଦ୍ଧତା ବାଂଟି ଥିଲେ ।

ସାବିତ୍ରୀ ଠାକୁର କହିଥିଲେ ଯେ, ୨୦୦୪ ମସିହାରେ ଆଇବିଏସଏ ଦ୍ୱାରା ପ୍ରତିଷ୍ଠିତ ଆଇବିଏସଏ ପାଣ୍ଠି ଦକ୍ଷିଣ-ଦକ୍ଷିଣ ସହଯୋଗର ଏକ ପ୍ରମୁଖ ଉଦାହରଣ ପାଲଟିଛି । ଏହି ପାଣ୍ଠି ଏପର୍ଯ୍ୟନ୍ତ ପ୍ରାୟ ୪୦ଟି ଦେଶରେ ୫୦ରୁ ଅଧିକ ବିକାଶ ପ୍ରକଳ୍ପକୁ ସମର୍ଥନ କରିଛି । ମହିଳା ନେତୃତ୍ୱ ଏବଂ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଉପରେ ବିଶେଷ ଭାବରେ କେନ୍ଦ୍ରିତ ଏହି ପ୍ରକଳ୍ପଗୁଡ଼ିକ ଭାରତର 'ମହିଳା ନେତୃତ୍ୱାଧୀନ ବିକାଶ' ଦୃଷ୍ଟିକୋଣକୁ ବିଶ୍ୱ ସ୍ତରରେ ପହଂଚାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande