ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭଦ୍ରକ, ୧୩ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଂଚାୟତ ଆକୁଲିକଣା ଠାରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ଅଙ୍କୁରା ରୋପଣ, ନୀଳାଦ୍ରି ବିଜେ, ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା।ମୋଟ
JAGANNATH MANDIRA PRATISTA


ଭଦ୍ରକ, ୧୩ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଂଚାୟତ ଆକୁଲିକଣା ଠାରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ଅଙ୍କୁରା ରୋପଣ, ନୀଳାଦ୍ରି ବିଜେ, ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା।ମୋଟ ୫୪ ଜଣ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ନିକଟ ରାଢୋ ହନୁମାନ ପୋଖରୀରୁ ପ୍ରତିଷ୍ଠା ଉତ୍ସବ ପାଇଁ ଘଟ ଉତୋଳନ କରି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପୂଜକ ଗୟାଧର ପଣ୍ଡା, କମଳା କାନ୍ତ ପାଢ଼ୀ, ନନ୍ଦ କିଶୋର ତ୍ରିପାଠୀ, ଚିନ୍ତାମଣି ପଣ୍ଡା, ଦୀପ୍ତି ମିଶ୍ର ବୈଦିକ ରୀତି ନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରିଥିଲେ।ଗ୍ରାମର ଯତିଦ୍ର ସାମଲ ଓ ନିରୁପମା ସାମଲ ସଂକଳ୍ପ କର୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତିନି ଦିନ ଧରି ଚାଲିଥିବା ଉଦଯାପନୀ ସନ୍ଧ୍ୟାରେ ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆକୁଲିକଣା ସମେତ ପୁରୁଷୋତମପୁର ,ହାଜିପୁର, ଡିହ ସାହି, ଶୈସଲାପୁର, ଭୁସୁକା ,ରାଢୋ, ସୁରୁବଣ ପ୍ରମୁଖ ଗାଁର ଜନ ସାଧାରଣ ଉତ୍ସବରେ ଯୋଗ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ଗ୍ରାମବାସୀ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande