ଜିଲ୍ଲାରେ ରନ୍ଧନ ଗ୍ୟାସ ର ପର୍ଯ୍ୟାପ୍ତ ମହଜୁଦ ଅଛି - ଜିଲ୍ଲାପାଳ
ଜୟପୁର, ୧୩ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ, ଜିଲ୍ଲାରେ ରନ୍ଧନ ଗ୍ୟାସ (ଏଲପିଜି) ର ପର୍ଯ୍ୟାପ୍ତ ମହଜୁଦ ଅଛି। ତେଣୁ ସାଧାରଣ ଖାଉଟିମାନେ ଅଯଥା ଆତଙ୍କିତ କିମ୍ବା ଚିନ୍ତିତ ହେବାର ଆବଶ୍ୟକତା ନାହିଁ I ଖାଉଟିମାନେ ଅ
ଜିଲ୍ଲାରେ ରନ୍ଧନ ଗ୍ୟାସ ର ପର୍ଯ୍ୟାପ୍ତ ମହଜୁଦ ଅଛି - ଜିଲ୍ଲାପାଳ


ଜୟପୁର, ୧୩ ମାର୍ଚ୍ଚ (ହି.ସ.)-

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ, ଜିଲ୍ଲାରେ ରନ୍ଧନ ଗ୍ୟାସ (ଏଲପିଜି) ର ପର୍ଯ୍ୟାପ୍ତ ମହଜୁଦ ଅଛି। ତେଣୁ ସାଧାରଣ ଖାଉଟିମାନେ ଅଯଥା ଆତଙ୍କିତ କିମ୍ବା ଚିନ୍ତିତ ହେବାର ଆବଶ୍ୟକତା ନାହିଁ I ଖାଉଟିମାନେ ଅଯଥା ପାନିକ ବୁକିଂ ନକରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ I କାରଣ କୋରାପୁଟ ଜିଲ୍ଲାରେ ରନ୍ଧନ ଗ୍ୟାସ ୧୪. ୨ କେଜି ବିଶିଷ୍ଟ ୭୦୬୮ଟି ସିଲିଣ୍ଡର ଓ ୧୯ କେଜି ବିଶିଷ୍ଟ ୬୯୭ଟି ସିଲିଣ୍ଡର ଷ୍ଟକରେ ରହିଛି I ସେହିପରି ଜିଲ୍ଲାରେ ପେଟ୍ରୋଲ ୫୬୨. ୫୫ କିଲୋ ଲିଟର ଏବଂ ଡିଜେଲ ୮୬୬. ୫୫ କିଲୋ ଲିଟର ମହଜୁଦ ଥିବା ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ଦେଇଛନ୍ତି I ତେଣୁ ଖାଉଟି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ I ଏଥି ସହ ଏଲପିଜି କଳାବଜାରୀ ରୋକିବାକୁ କଡ଼ା ପଦକ୍ଷେପ ନିଆଯିବ I ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଜିଲ୍ଲା ସ୍ତରୀୟ ମନିଟରିଙ୍ଗ କମିଟି ଗଠନ କରାଯାଇଛି I ଏହି କମିଟିରେ କୋରାପୁଟର ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଉପ ଜିଲ୍ଲାପାଳ କୋରାପୁଟ ଏବଂ ଜୟପୁର, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ, ଲିଗାଲ ମେଟ୍ରୋଲୋଜି ନିୟନ୍ତ୍ରକ ଅଧିକାରୀ ଓ ଜିଲ୍ଲାର ସମସ୍ତ ତୈଳ ଯୋଗାଣ କମ୍ପାନୀର ଅଧିକାରୀ ରହିଛନ୍ତି I ଏହା ସହ ଆପତ୍ତି ଅଭିଯୋଗ ଶୁଣିବା ନିମନ୍ତେ ଜିଲ୍ଲା ଜରୁରୀ ବିଭାଗ ତରଫରୁ ଏକ ହେଲପ ଲାଇନ ନମ୍ବର ୦୬୮୫୨-୨୫୧୧୦୧ ଜାରି କରାଯାଇଛି I

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande