
ନୂଆଦିଲ୍ଲୀ,୧୩ ମାର୍ଚ୍ଚ(ହି.ସ.) – ଲୋକସଭାରେ ଶୁକ୍ରବାର ଦିନ ଟ୍ରାନ୍ସଜେଣ୍ଡର ବ୍ୟକ୍ତି(ଅଧିକାରର ସଂରକ୍ଷଣ) ସଂଶୋଧନ ବିଧେୟକ, ୨୦୨୬ ଆଗତ କରାଯାଇଛି। ବିଧେୟକର ଉଦ୍ଦେଶ୍ୟ ଟ୍ରାନ୍ସଜେଣ୍ଡରର ଆଇନ୍ ବ୍ୟାଖ୍ୟାକୁ ବିସ୍ତାର ଦେଇ ଏହାକୁ ଅଧିକ ସମାବେଶୀ ବନାଇବା।
ସାମାଜିକ ନ୍ୟାୟ ଏବଂ ଆଧିକାରୀତା ମନ୍ତ୍ରୀ ଡା. ବୀରନ୍ଦ୍ର କୁମାର ଲୋକସଭାରେ ଆଜି ସଂଶୋଧନ ବିଧେୟକ ଆଗତ କରିଛନ୍ତି। ବିଧେୟକ ଉପସ୍ଥିତ ଟ୍ରାନ୍ସଜେଣ୍ଡର ବ୍ୟକ୍ତି(ଅଧିକାରର ସଂରକ୍ଷଣ) ଅଧିନିୟମ, ୨୦୧୯କୁ ସଂଶୋଧିତ କରିବ।
ଉଲ୍ଲେଖନୀୟ ଯେ ୨୦୧୯ ଅଧିନିୟମର କାର୍ଯ୍ୟାନ୍ୱୟନର ସମୀକ୍ଷା ପାଇଁ ଅକ୍ଟୋବର ୨୦୨୫ରେ ନ୍ୟାୟମୂର୍ତି ଆଶା ମେନନଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା ସମିତିର ଗଠନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି