ଜିଲ୍ଲା ସ୍ତରୀୟ ଜମି ମୂଲ୍ୟାଙ୍କନ କମିଟି ବୈଠକ
କେନ୍ଦ୍ରାପଡା, ୧୩ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଜମି ମୂଲ୍ୟାଙ୍କନ କମିଟି ବୈଠକ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକ (ରାଜସ୍ୱ), ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ସବ୍ ରେଜିଷ୍ଟ
ଜିଲ୍ଲା ସ୍ତରୀୟ ଜମି ମୂଲ୍ୟାଙ୍କନ କମିଟି ବୈଠକ


କେନ୍ଦ୍ରାପଡା, ୧୩ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଜମି ମୂଲ୍ୟାଙ୍କନ କମିଟି ବୈଠକ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକ (ରାଜସ୍ୱ), ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ସବ୍ ରେଜିଷ୍ଟାର, ଜିଲ୍ଲାର ସମସ୍ତ ତହସିଲଦାର, ଆଡସିନାଲ ତହସିଲଦାର, ରାଜସ୍ୱ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜମି ମୂଲ୍ୟାଙ୍କନ ପାଇଁ କୌଣସି ଆପତି ଅଭିଯୋଗ ଥିଲେ ତାହା ୧୪ ଦିନ ଭିତରେ ଜବାବ ଦେବାକୁ ଅନୁରୋଧ କରାଯାଇଥିଲା । ଏଥିରେ ମୋଟ୍ ଜିଲ୍ଲାର ବିଭିନ୍ନ ଅଂଚଳରୁ ୨୦ ଗୋଟି ଅଭିଯୋଗ ଆସିଥିଲା । ପ୍ରତ୍ୟେକ ଅଭିଯୋଗ ଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରି କମିଟିର ସୁପାରିଶ କ୍ରମେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande