
ଇମ୍ଫାଲ, ମାର୍ଚ୍ଚ ୧୩ (ହି.ସ)-ମଣିପୁର ପୋଲିସ ରାଜ୍ୟରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଚାଲିଥିବା ଅଭିଯାନ ନିରନ୍ତର ଜାରି ରହିଛି।ପୋଲିସ ମୁଖ୍ୟାଳୟ ଦ୍ୱାରା ଶୁକ୍ରବାର ଜାରି ଏକ ସରକାରୀ ବିବୃତ୍ତିରୁ ପ୍ରକାଶ ଯେ ଗୁରୁବାର ଦିନ, ସୁରକ୍ଷା ବାହିନୀ ଥୌବାଲ ଜିଲ୍ଲାର ଥୌବାଲ ପୋଲିସ ଷ୍ଟେସନ ଅଧୀନସ୍ଥ ଥୌବାଲ ୱାଙ୍ଗମା ତାବା ଅଞ୍ଚଳରୁ ଆତଙ୍କବାଦୀ ସଂଗଠନ କେସୀପୀ (ତାଇବାଙ୍ଗନାବା) ର ଦୁଇ ସକ୍ରିୟ କ୍ୟାଡରଙ୍କୁ ଗିରଫ କରିଛନ୍ତି।ଗିରଫ ହୋଇଥିବା କ୍ୟାଡରମାନଙ୍କୁ ଆରୋଙ୍ଗ ଖୁନୌ ଆୱାଙ୍ଗ ଲେଇକାଇର ନିବାସୀ ନିଙ୍ଗଥୌଜାମ ଥୋଇ ଲିମା ଓରଫ ସୁନ୍ଦରୀ (୪୧) ଏବଂ ଥୌବାଲ କ୍ଷେତ୍ରୀ ଲେଇକାଇର ନିବାସୀ ନିଙ୍ଗଥୌଜାମ ହେମନ୍ତ ସିଂହ ଓରଫ ନାଓଚା (୨୮) ଭାବରେ ଚିହ୍ନଟ କରାଯାଇଛି। ଅଭିଯୁକ୍ତଙ୍କଠାରୁ ୧୪୦ ରାଉଣ୍ଡ ୯ଏମଏମ ଗୁଳି ଏବଂ ଦୁଇଟି ମୋବାଇଲ ଫୋନ୍ ଉଦ୍ଧାର କରାଯାଇଛି। ପୋଲିସ ବର୍ତ୍ତମାନ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନରେ ନିୟୋଜିତ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା