ମାଲକାନଗିରି ୟୁନିୟନ ଅଫଜର୍ଣ୍ଣାଲିଷ୍ଟ ପକ୍ଷରୁ ନୂତନ ଜିଲ୍ଳାପାଳଙ୍କୁ ସ୍ଵାଗତ
ମାଲକାନଗିରି, ୧୩ ମାର୍ଚ୍ଚ (ହି.ସ.)- ମାଲକାନଗିରି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ୱରେ ସଂଘର ବିଭିନ୍ନ କର୍ମକର୍ତ୍ତା ଯଥା - ଉପ ସଭାପତି ସତ୍ୟନାରାୟଣ ପଣ୍ଡା, ସହ ସମ୍ପାଦକ ଅସୀମ ବିଶ୍ୱାସ, ବ୍ଲକ ସଭାପତି ଶିବ ପ୍ରସାଦ କୀର୍ତ୍ତନିୟା ଅନ୍ୟାନ୍ୟ କର୍ମକର୍ତ୍ତା ତଥା ସ
ମାଲକାନଗିରି ୟୁନିୟନ ଅଫଜର୍ଣ୍ଣାଲିଷ୍ଟ ପକ୍ଷରୁ ନୂତନ ଜିଲ୍ଳାପାଳ ଙ୍କୁ ସ୍ୱାଗତ


ମାଲକାନଗିରି, ୧୩ ମାର୍ଚ୍ଚ (ହି.ସ.)- ମାଲକାନଗିରି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ୱରେ ସଂଘର ବିଭିନ୍ନ କର୍ମକର୍ତ୍ତା ଯଥା - ଉପ ସଭାପତି ସତ୍ୟନାରାୟଣ ପଣ୍ଡା, ସହ ସମ୍ପାଦକ ଅସୀମ ବିଶ୍ୱାସ, ବ୍ଲକ ସଭାପତି ଶିବ ପ୍ରସାଦ କୀର୍ତ୍ତନିୟା ଅନ୍ୟାନ୍ୟ କର୍ମକର୍ତ୍ତା ତଥା ସାମ୍ବାଦିକ ସଦସ୍ୟ ଯଥାକ୍ରମେ ଏ. ଈଶ୍ୱର ରାଓ, କୃଷ୍ଣପଦ ରାୟ,ମନୋଜ ପାଙ୍ଗି, ଶିବଦତ୍ତ ସାହୁ, ମାନସ ରଞ୍ଜନ ନେତମ ଜିଲ୍ଲାର ନୂଆ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସଙ୍ଗେ ସଙ୍ଗେ ନବ ନିଯୁକ୍ତ ଜିଲ୍ଲାପାଳଙ୍କ ସହିତ ଏ ଜିଲ୍ଲାର ବିଭିନ୍ନ ସମସ୍ୟା ଯଥା - ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ ଓ ଗମନାଗମନ, ଟ୍ଯୁରିଜିମର ବିକାଶ, ଶିଳ୍ପ ପ୍ରତିଷ୍ଠା, କୃଷି ଓ ଉଦ୍ୟାନର ଉନ୍ନତି, ରେଳପଥ ଓ ବିମାନବନ୍ଦର କାମ ଶୀଘ୍ର ସାରିବା, ଜଙ୍ଗଲର ସୁରକ୍ଷା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ସାମ୍ବାଦିକ ମାନଙ୍କ ସହିତ ମାଲକାନଗିରି ଜିଲ୍ଲାର ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ଲକ୍ଷ୍ମୀ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଅତିଶୀଘ୍ର ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ବିଭାଗ ସହିତ ପରାମର୍ଶ କରି, ଉଚିତ ପଦକ୍ଷେପ ନେବେ ବୋଲି ଆଶ୍ଵାସନା ଦେଇଛନ୍ତି। ଏତଦବ୍ୟତୀତ ଏ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ମାଲକାନଗିରିରେ କାର୍ଯ୍ୟରତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆର ସମସ୍ତ ସାମ୍ବାଦିକ ମାନଙ୍କ ସହଯୋଗ ଲୋଡିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande