
ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ.)- ଆଗାମୀ ୨ ଦିନ ଅର୍ଥାତ୍ ୧୫ ତାରିଖ ସକାଳ ସୁଦ୍ଧା ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାର ପରବର୍ତୀ ୫ ଦିନ ଅର୍ଥାତ୍ ୧୫ ତାରିଖ ସକାଳ ଠାରୁ ୨୦ ତାରିଖ ସକାଳ ସୁଦ୍ଧା ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ