୩ ଦଫା ଦାବି ପୂରଣ ପାଇଁ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବିଶାଳ ଆନ୍ଦୋଳନ, କୋରାପୁଟ ଜିଲା ସଂଘ ସାମିଲ
ଜୟପୁର, ୧୩ ମାର୍ଚ୍ଚ (ହି.ସ.)- କଥା ଦେଇ କଥା ରଖୁ ନାହାନ୍ତି ମୋହନ ସରକାର । କ୍ଷମତାକୁ ଆସିବା ଆଗରୁ ଦୃଢ ପ୍ରତିଶୃତି, କ୍ଷମତାରେ ବସିଲା ପରେ ଆଉ ପାଖ ମଡେଇ ଦେଉନାହାନ୍ତି । ଦାବି ପୁରଣ ପାଇଁ କୋରାପୁଟ ଜିଲାର ଆଉଟସୋର୍ସିଙ୍ଗ କର୍ମଚାରି ମାନେ ଧାରଣାରେ ସାମିଲ ହୋଇ ରାଜଧାନୀରେ ଧାରଣାରେ ବସିଛନ୍ତି ।
୩ ଦଫା ଦାବି ପୂରଣ ପାଇଁ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବିଶାଳ ଆନ୍ଦୋଳନ, କୋରାପୁଟ ଜିଲା ସଂଘ ସାମିଲ


ଜୟପୁର, ୧୩ ମାର୍ଚ୍ଚ (ହି.ସ.)- କଥା ଦେଇ କଥା ରଖୁ ନାହାନ୍ତି ମୋହନ ସରକାର । କ୍ଷମତାକୁ ଆସିବା ଆଗରୁ ଦୃଢ ପ୍ରତିଶୃତି, କ୍ଷମତାରେ ବସିଲା ପରେ ଆଉ ପାଖ ମଡେଇ ଦେଉନାହାନ୍ତି । ଦାବି ପୁରଣ ପାଇଁ କୋରାପୁଟ ଜିଲାର ଆଉଟସୋର୍ସିଙ୍ଗ କର୍ମଚାରି ମାନେ ଧାରଣାରେ ସାମିଲ ହୋଇ ରାଜଧାନୀରେ ଧାରଣାରେ ବସିଛନ୍ତି । ଫଳରେ କୋରାପୁଟ ଜିଲାରେ ସମସ୍ତ କାଯ୍ୟାଳୟରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରି ମାନେ କାର୍ଯ୍ୟବନ୍ଦ କରିଥିବାରୁ ସରକାରୀ କାର୍ଯ୍ୟ ଠପ ହୋଇଛି । ଯେତେ ଦିନ ଯାଏ ଦାବି ପୁରଣ ନହେବ ସେତେଦିନ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି । ଫଳରେ ସାଧାରଣ ଜନତା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି । ୨୪ ବର୍ଷର ସରକାରରେ ବିଭିନ୍ନ କାରଣରୁ ୨୯୭ ଜଣ ଛଟେଇ ହୋଇଥିଲେ, କିନ୍ତୁ ୧୮ ମାସର ସରକାର ଚାରି ହଜାରରୁ ଊର୍ଦ୍ଧ୍ଵ କର୍ମଚାରୀଙ୍କୁ ଅତ୍ୟନ୍ତ ନିଷ୍ଠୁର, ଅନ୍ୟାୟ

ଓ ଅବିଚାରିତ ଭାବେ ଛଟେଇ କରି ସେମାନଙ୍କ ଅସହାୟ ପରିବାରକୁ ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେଇଛନ୍ତି । ବର୍ଷବର୍ଷ ଧରି ନିଷ୍ଠାପର ଭାବେ ସେବା ଯୋଗାଇ ଆସୁଥିଲେ ମଧ୍ୟ ସ୍ଥାୟୀ କରାଯାଉନି, ବାରମ୍ବାର ଆବେଦନ ନିବେଦନ କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମହାସଂଘକୁ ଶୁଣିବା ପାଇଁ ଦୁଇ ମିନିଟ ସମୟ ଦେଉନାହାନ୍ତି ମାତ୍ର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖୁଛନ୍ତି ଯେ ଆମେ ସରଜମିନ ତଦନ୍ତ କରୁଛୁ କିଛି ଭଲ ନିଷ୍ପତି ନିଆଯିବ କିନ୍ତୁ କେବେ ସେ ନିଷ୍ପତି ନେବେ କିଛି ଜଣାପଡିଲା ନାହିଁ । ସମଗ୍ର ରାଜ୍ୟର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ଓଡିଶାର ନାଗରିକ ଭାବେ

ବିଚାର କରୁନାହାନ୍ତି ଓ ଆର୍ଥିକ ମାନସିକ ଚାପ ପକେଇ ସେମାନଙ୍କ ସଂସାରକୁ ରସାତଳକୁ ନେଇଯାଉଛନ୍ତି ବୋଲି ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ

ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସରକାରଙ୍କ ଏଭଳି ଜନ ବିରୋଧୀ ଶୋଷଣ ଓ ଅହଂକାରକୁ ବିରୋଧ କରି ନ୍ୟାୟ ପାଇବା ଆଶାରେ ବ୍ଲକ ଠାରୁ ସଚିବାଳୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ସାରା ଓଡିଶାର ହଜାର ହଜାର କର୍ମଚାରୀଙ୍କ ସମାଗତ ବିକ୍ଷୋଭକାରୀ କର୍ମଚାରୀଙ୍କୁ ଆହ୍ୱାନ ଦେଇ ମହାସଂଘର ନେତୃମଣ୍ଡଳୀ କହିଥିଲେ ଯେ, ବିଗତ ସରକାର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ କିଛି କିଛି ଦାବି ପର୍ଯ୍ୟାୟ କ୍ରମେ ପୂରଣ କରିଥିଲେ ଓ ମୁଖ୍ୟ ଦାବି ଗୁଡିକ ସମାଧାନ ପାଇଁ ଏକ ଆଉଟସୋର୍ସିଙ୍ଗ ଆମ୍ବୁଡୁସମ୍ୟାନର ବ୍ୟବସ୍ଥା କରିଥିଲେ । କିନ୍ତୁ ବିଜେପି ସରକାର ଆସିଲା ପରେ ଦାବି ପୂରଣ ତ ଦୂରର କଥା ପ୍ରତିଦିନ ବ୍ୟାପକ ଛଟେଇ କରାଯାଉଛି ଓ ମାସ ମାସ ଧରି ଦରମା ଦିଆଯାଉନି । ତିନି ଦଫା ଦାବି ପୂରଣ ପାଇଁ ମହାସଂଘ ପକ୍ଷରୁ ଗତବର୍ଷ ମାର୍ଚ୍ଚ ୨୬, ୨୭ ଓ ୨୮ ତାରିଖରେ ଆନ୍ଦୋଳନ କରାଯାଇଥିଲା । ଗତବର୍ଷ ୨୭ ତାରିଖ ରାତି ୯ଟା ବେଳେ ଆନ୍ଦୋଳନ ସ୍ଥଳକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଦୁଇ ଜଣ ବିଧାୟକ ଆସି ମୁଖ୍ୟମନ୍ତ୍ରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଏକ କମିଟି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି ବୋଲି ଘୋଷଣା କଲେ ଓ ୨୮ ତାରିଖରେ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରେଇଦେଲେ । ଆଇନ ମନ୍ତ୍ରୀ ଏକ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି

ସମସ୍ୟା ସମାଧାନର ପ୍ରତିଶୃତି ଦେଲେ । କିନ୍ତୁ, ମାସେ ଯାଇ ବର୍ଷେ ହେଲା ମୁଖ୍ୟମନ୍ତ୍ରୀ ସମୟଦେଲେ ନାହିଁ କି ସମସ୍ୟାର ସମାଧାନ ପାଇଁ ସାମାନ୍ୟ ସୌଜନ୍ୟ ପ୍ରକାଶ କଲେ ନାହିଁ । ଅଧିକନ୍ତୁ ବିଭିନ୍ନ ମେଳା ମହୋତ୍ସବରେ ଭାଷଣ ପାଇଁ ସମୟ ପାଉଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀ ଅସହାୟ ଶୋଷିତ କର୍ମଚାରୀଙ୍କ

ସହ ଆଲୋଚନା ପାଇଁ ୫ ମିନିଟ ସମୟ ଦେଉ ନାହାନ୍ତି ଅଧିକନ୍ତୁ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ନୀଚ୍ଚ ଓ ବିଶ୍ୱାସଯୋଗ୍ୟ ନୁହନ୍ତି ବୋଲି ନିମ୍ନରୁଚିର ମନ୍ତବ୍ୟ ଦେଇଚାଲିଛନ୍ତି । ପୂର୍ବ ସରକାରରେ ଅମଲାରାଜ ଚାଲୁଥିଲା ବୋଲି ଅପପ୍ରଚାର କରୁଥିବା ବିରୋଧୀ ଦଳ ନିଜେ କ୍ଷମତାକୁ ଆସିବା ପରେ ଉଚ୍ଚ ପଦବୀରେ ଥିବା ଅମଲା ମାନଙ୍କ ଚକ୍ରବ୍ୟୁହରେ ଫସିଥିବା ସ୍ପଷ୍ଟ ହୋଇଯାଇଛି । ୨୪ ବର୍ଷ ମଧ୍ୟରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ଯେଉଁ ଅତ୍ୟାଚାର ଓ ଶୋଷଣ ହୋଇ ନଥିଲା, ତାହା ଏବେ ଭୟଙ୍କର ଭାବେ କରାଯାଉଛି ବୋଲି ନେତୃ ମଣ୍ଡଳୀ ଅଭିଯୋଗ କରିଥିଲେ । ବହୁ ଆକୁଳ ଆବେଦନ ନିବେଦନ ପରେ ଯେତେବେଳେ

ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ଓ ସେମାନଙ୍କ ନ୍ୟାୟସଙ୍ଗତ ତିନି ଦଫା ଦାବି ପ୍ରତି ସରକାରଙ୍କ ମାନସିକତାର ପରିବର୍ତ୍ତନ ହେଉନାହିଁ ଏବଂ ଦାବି ପୂରଣ ନ କରି ପ୍ରତିଦିନ ଛଟେଇ, ଦରମା ବନ୍ଦ ଭଳି କୁଶ୍ଚିତ ବ୍ୟବସ୍ଥା ଜାରି ରହିଛି । ରାଜ୍ୟ ସରକାର ନିଜେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି କଥା ଘୋଷଣା କରିଥିଲେ ସୁଦ୍ଧା କାହିଁକି ଉକ୍ତ କମିଟି ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସମସ୍ୟା ସମାଧାନ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଦୀର୍ଘ ବର୍ଷର ସଫଳ ସେବା ଓ ଅଭିଜ୍ଞତାକୁ ଆଧାର କରି ସ୍ଥାୟୀ କରିବା, ଛଟେଇ ବନ୍ଦ ସହ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ଡେଲି ୱେଜେସ ଆଉଟସୋର୍ସିଙ୍ଗ ଦୈତ୍ୟ ବ୍ୟବସ୍ଥା ବଦଳରେ ଏକକ ବ୍ୟବସ୍ଥା ଗ୍ରହଣ କରିବା ଓ ସ୍ଥାୟୀ ହେବା ପର୍ଯ୍ୟନ୍ତ ଚାକିରି ନିରାପତ୍ତା ଯୋଗାଇ ଦେବା ଆଦି ତିନି ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜରାସ୍ତାରୁ ଓହରିବୁ ନାହିଁ ବୋଲି ଓଡିଶାର କୋଣ ଅନୁକୋଣରୁ ଆସିଥିବା ଆନ୍ଦୋଳନକାରୀମାନଙ୍କ ତରଫରୁ ଆନ୍ଦୋଳନ ସ୍ଥଳ ଠାରେ ସଂକଳ୍ପ ନେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande