ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନାରେ ଜିଲ୍ଲାରୁ ଉପକୃତ ହେଲେ ୧ ଲକ୍ଷ ୨୬ ହଜାର ୨୫୦ ଜଣ ଚାଷୀ
କେନ୍ଦ୍ରାପଡା, ୧୩ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ପିଏମ କିଷାନ ଉତ୍ସବ ଦିବସ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଜିଲ୍ଲାର ୧ ଲକ୍ଷ ୨୬ ହଜାର ୨୫୦ ଜଣ ଚାଷୀ ଉପକୃତ ହୋଇଛନ୍ତି । ପ୍ରତ୍ୟେକ କିଷାନଙ୍କର ବ୍ୟାଙ୍କ
---------------ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନାରେ ଜିଲ୍ଲାରୁ ଉପକୃତ ହେଲେ ୧ଲକ୍ଷ ୨୬ ହଜାର


କେନ୍ଦ୍ରାପଡା, ୧୩ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ ପିଏମ କିଷାନ ଉତ୍ସବ ଦିବସ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଜିଲ୍ଲାର ୧ ଲକ୍ଷ ୨୬ ହଜାର ୨୫୦ ଜଣ ଚାଷୀ ଉପକୃତ ହୋଇଛନ୍ତି । ପ୍ରତ୍ୟେକ କିଷାନଙ୍କର ବ୍ୟାଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଆସିଛି । ଏଥିରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ୧୩ ହଜାର ୨୨୨, ଡେରାବିଶ ବ୍ଲକର ୧୩ ହଜାର ୮୦୪, ଗରଦପୁର ବ୍ଲକର ୧୩ ହଜାର ୧୧୨, କେନ୍ଦ୍ରାପଡା ବ୍ଲକର ୧୩ ହଜାର ୪୧୪, ମହାକାଳପଡା ବ୍ଲକର ୨୨ ହଜାର ୪୮୯, ମାର୍ଶାଘାଇ ବ୍ଲକର ୧୨ ହଜାର ୨୦୮, ପଟ୍ଟାମୁଣ୍ଡାଇ ବ୍ଲକର ୧୧ ହଜାର ୨୬୫, ରାଜକନିକା ବ୍ଲକର ୧୪୦୦୭, ରାଜନଗର ବ୍ଲକର ୧୨ ହଜାର ୭୨୯ ଜଣ ଏହିଭଳି ମୋଟ୍ ଜିଲ୍ଲାରେ ୧ଲକ୍ଷ ୨୬ ହଜାର ୨୫୦ ଜଣ ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ମୋଟ୍ ୨୫ କୋଟି ୨୫ ଲକ୍ଷ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଛି ।

ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର ଆୟାର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମେଶ ଚନ୍ଦ୍ର ମଲିକ, ସିଡିଭିଓ ଡାକ୍ତର ପ୍ରଭଞ୍ଜନ କବି, ଏଡିଓ ମାନସୀ ମଧୁଭାସିନୀ ପସୟର ଜିଲ୍ଲା ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ଦେବଦାସ ଦତ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡାକ୍ତର ସୁସ୍ମିତା ମହାନ୍ତି, ମାର୍ଶାଘାଇ କୃଷି ଅଧକାରୀ ହେମନ୍ତ କୁମାର ସାମଲ ପ୍ରମୁଖଙ୍କ ସମେତ ଜିଲ୍ଲାର ବହୁ ଚାଷୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande