ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ପି.ଏମ୍.ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ
ସୁବର୍ଣ୍ଣପୁର,୧୩ ମାର୍ଚ୍ଚ(ହି.ସ.) – ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକା
ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ।

ସୁବର୍ଣ୍ଣପୁର,୧୩ ମାର୍ଚ୍ଚ(ହି.ସ.) – ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ସଭାପତିତ୍ୱ କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀ ମଧୁସୂଦନ ଓତା, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀ ପ୍ରଭାତ କୁମାର ଦାସ, ଜିଲ୍ଲା ସହଯୋଗ ଅଧିକାରୀ, ପଂଚସଖା ସେତୁ ଭୁବନେଶ୍ୱର, ବ୍ଲକ ଶିକ୍ଷା ଅଧିକାରୀ, ସୋନପୁର, ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର, ଶ୍ରୀ ଅଜୟ କୁମାର ଲୁହା, ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ଓ ଶ୍ରୀପଦ୍ମନାଭ କର୍ଣ୍ଣ, ପ୍ରଧାନ ଶିକ୍ଷକ, କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଜିଲ୍ଲାସ୍ତରୀୟ ପି.ଏମ ଶ୍ରୀ ଉତ୍ସବର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଜାତୀୟ ଶିକ୍ଷା ନୀତି ଉପରେ ତାଙ୍କ ସ୍ୱାଗତ ଅଭିଭାଷଣରେ ଅବଗତ କରିଥିଲେ। ଏହି ଅବସରରେ ଅତିଥିମାନେ ପି.ଏମ୍. ଶ୍ରୀ ଉତ୍ସବ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପି.ଏମ୍. ଶ୍ରୀ ଉତ୍ସବ, ଜାତୀୟ ଶିକ୍ଷା ନୀତି ସହିତ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଉଦାହରଣ ସହିତ ନୈତିକ ଶିକ୍ଷା ଉପରେ ଛାତ୍ର ଛାତ୍ରୀ ଉପସ୍ଥିତ ଜନସାଧାରଣ ଉଦ୍ଦେଶ୍ୟରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବକୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାର ସମସ୍ତ ପି.ଏମ୍. ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ। ସମସ୍ତ(୦୬)ଛଅ ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ସୃଜନଶୀଳ ପ୍ରକଳ୍ପ ଗୁଡ଼ିକ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଡୁଙ୍ଗୁରିପାଲି କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande