ବିଜେଡି ଘୋଡ଼ା ବେପାରରେ ବିଶ୍ୱାସ କରେନି - ପ୍ରସନ୍ନ ଆଚାର୍ଯ୍ୟ
ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ନେଇ ବିଜେପିକୁ ନିଶାନା ସାଧିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି କିଛି ସର୍ବ ଭାରତୀୟ ଦଳ ହାରିବା ଜାଣି ବି ପ୍ରାର୍ଥୀ ଦେଇଛନ୍ତି । ସଂଖ୍ୟା ନଥାଇ କେମିତି ଜିତିବେ ବୋଲି କହୁଛନ୍ତି। ଏଥିରୁ ସ୍ପଷ୍ଟ କେବଳ ଅନୈତିକ ଭାବେ
prasanna acharya


ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ନେଇ ବିଜେପିକୁ ନିଶାନା ସାଧିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି କିଛି ସର୍ବ ଭାରତୀୟ ଦଳ ହାରିବା ଜାଣି ବି ପ୍ରାର୍ଥୀ ଦେଇଛନ୍ତି । ସଂଖ୍ୟା ନଥାଇ କେମିତି ଜିତିବେ ବୋଲି କହୁଛନ୍ତି। ଏଥିରୁ ସ୍ପଷ୍ଟ କେବଳ ଅନୈତିକ ଭାବେ ଜିତିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ବିଜେଡିରେ ଶୃଙ୍ଖଳା ଭିତରେ ସମସ୍ତ ବିଧାୟକ ମାନେ ରହିଛନ୍ତି । ବିଜେଡି ଘୋଡ଼ା ବେପାରରେ ବିଶ୍ୱାସ କରେନି । ଯେଉଁମାନେ ଘୋଡ଼ା ବେପାର ପାଇଁ ଉଦ୍ୟମ କରୁଛନ୍ତି ସଫଳ ହେବନି । ରାଜ୍ୟସଭା ନିର୍ବାଚନ ଜଟିଳ ପ୍ରକ୍ରିୟା ହୋଇଥିବାରୁ ବିଧାୟକ ମାନଙ୍କୁ ତାଲିମ ଦିଆଯିବ । ୧୫ ତାରିଖରେ ବିଧାୟକ ଦଳ ବୈଠକ ବସିବ। ବୈଠକରେ ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ନବୀନ ଆଲୋଚନା କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande