
ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- କଂଗ୍ରେସର ଅଭିଯୋଗ ଉପରେ କଡ଼ା ଜବାବ ରଖିଛନ୍ତି ବିଜେପି ବିଧାୟକ ବାବୁ ସିଂ । ସେ କହିଛନ୍ତି ରାଜ୍ୟସଭାରେ କଂଗ୍ରେସ ଦଳର କୌଣସି ପ୍ରାର୍ଥୀ ନାହାନ୍ତି। ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସେମାନେ ସମର୍ଥନ କରୁଛନ୍ତି । କଂଗ୍ରେସ ଦଳରୁ ତିନି ଧାଡ଼ିଆ ହୁଇପ ମଧ୍ୟ ଜାରି କରାଯାଇଛି । ତଥାପି ଯଦି ତାଙ୍କ ବିଧାୟକ ମାନେ ସଭାପତିଙ୍କ କଥାକୁ ମାନୁ ନାହାନ୍ତି ବା କେଂଟ୍ରାଲ ନାହିଁ। ତାହେଲେ ତାଙ୍କ ଦଳର ବ୍ୟବସ୍ଥା କେମିତି ଚାଲିଛି ସେଥିରୁ ସ୍ପଷ୍ଟ । ଯଦି ସଭାପତିଙ୍କ ଭରସା ନାହିଁ ଯେ, ବିଧାୟକ ମାନଙ୍କୁ କେହି ନେଇଯିବେ, ଏ କଥା ଯଦି ଭାବୁଛନ୍ତି । ତାହେଲେ ସେ ଦଳର ବିଧାୟକ ମାନଙ୍କ ଉପରେ କୌଣସି କେଂଟ୍ରାଲ ନାହିଁ । ଯେଉଁମାନେ ଭାବୁଛନ୍ତି କେହି ବିଧାୟକ ମାନଙ୍କ ଉପରେ ପ୍ରେସର୍ ପକାଇଦେବେ। ବିଧାୟକ ମାନଙ୍କୁ ଛାଡ଼ି ଦିଅନ୍ତୁ, ଯିଏ ଯାହାର ନିଷ୍ପତି ନେବେ । ସେମାନେ ଦୁଇ ଅଢେଇ ଲକ୍ଷ ଲୋକଙ୍କ ନେତୃତ୍ୱ ନେଉଛନ୍ତି। ରାଜ୍ୟର ବିକାଶ କଥା ଚିନ୍ତା କରୁଛନ୍ତି । ତେଣୁ ବିଧାୟକ ମାନଙ୍କ ସ୍ୱାଧୀନ ମତକୁ କ୍ଷୁର୍ଣ୍ଣ କରନ୍ତୁ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା