ରାଜସ୍ଵ ଅଧିକାରୀଙ୍କ ସମୀକ୍ଷା ବୈଠକ
କେନ୍ଦ୍ରାପଡା, ୧୩ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟାର, ଅତିରିକ୍ତ ଜିଲ୍ଲପାଳ ରବିନ୍ଦ୍ର କୁମାର ମଲିକ (ରାଜସ୍ୱ), ଉପ ଜିଲ୍ଲପାଳ ଅରୁଣ
ରାଜସ୍ୱ ଅଧିକାରୀଙ୍କ ସମୀକ୍ଷା ବୈଠକ


କେନ୍ଦ୍ରାପଡା, ୧୩ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟାର, ଅତିରିକ୍ତ ଜିଲ୍ଲପାଳ ରବିନ୍ଦ୍ର କୁମାର ମଲିକ (ରାଜସ୍ୱ), ଉପ ଜିଲ୍ଲପାଳ ଅରୁଣ କୁମାର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଆଡସିନାଲ ତହସିଲଦାର ଓ ରାଜସ୍ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଖଜଣା ଆଦାୟ ସଂପର୍କରେ ସମୀକ୍ଷା କରାଯାଇଥିଲା । ଏଥିରେ ଯେଉଁ ଯେଉଁ ତହସିଲ କାର୍ଯ୍ୟାଳୟ ଗୁଡିକର କମ୍ ରାଜସ୍ୱ ଆଦାୟ ହୋଇଛି, ସେମାନଙ୍କୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୁରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତାହା ସହିତ ବସୁନ୍ଧରା ଯୋଜନାରେ ସର୍ଭେ କାର୍ଯ୍ୟକ୍ରମ ଶେଷ କରିବା, ଜମି ପଟା ବଣ୍ଟନ, ପଟା ସଂଶୋଧନ ଇତ୍ୟାଦି ସଂପର୍କରେ ସମୀକ୍ଷା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande