
କେନ୍ଦୁଝର, ୧୩ ମାର୍ଚ୍ଚ (ହି.ସ.) - କେନ୍ଦୁଝର ସହରର ଆଟୋପୂର ରଙ୍ଗାପାଟ ସାହିର ଝିଅ ସସ୍ମିତା ସାହୁ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି। ସେ ପ୍ରଥମ କରି ଗୃହ ବିଜ୍ଞାନରେ ଜାମସେଦପୂର ମହିଳା ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଛନ୍ତି। ସେ ଗୃହବିଜ୍ଞାନରେ ୨୦୨୧ ନାମ ପଞ୍ଜୀକରଣ କରି ୨୦୨୬ ଆସେସମେଂଟ ଅଫ ଇମ୍ପାକ୍ଟ ଅଫ୍ ସୋସିଆଲ ମିଡିଆ ଅନ ଦି ଫୁଡ୍ ଇଂଟେକ୍, ହେଲ୍ଥ ଏଣ୍ଡ ନ୍ୟୁଟ୍ରିସନ୍ ଷ୍ଟାସସ ଅଫ ଆଡୋଲସେଂଟରେ ପିଏଚଡି ହାସଲ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ସରକାରି ମହିଳା ମହାବିଦ୍ୟାଳୟ ସ୍ନାତକ, ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଜି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ୍ ଫିଲ ହାସଲ କରିଛନ୍ତି। ସେ ଏବେ ଗୃହିଣୀ ଥିବା ବେଳେ ସ୍ୱାମୀ ସ୍ୱାମୀ ଗୌରବ ସାହୁ ବ୍ୟବସାୟୀ କରନ୍ତି। ଆଗାମୀ ଦିନରେ ସସ୍ମିତା ଅଧ୍ୟାପନା କରିବା ପାଇଁ ଆଶା ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA