କେନ୍ଦୁଝର ଦରବାର ହଲ୍ ରେ ଜନଗଣନା ପ୍ରଶିକ୍ଷଣ ଶିବିର ଉଦଯାପିତ
କେନ୍ଦୁଝର, ୧୩ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର ହଲ୍ ରେ ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ଫିଲ୍ଡ ଟ୍ରେନର ମାନଙ୍କର ତିନି ଦିନିଆ ପ୍ରଶିକ୍ଷଣ ଶିବିର ସଫଳତାର ସହ ଉଦଯାପିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦୋଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଏହି
Sensus trainning camp


କେନ୍ଦୁଝର, ୧୩ ମାର୍ଚ୍ଚ (ହି.ସ.)- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର ହଲ୍ ରେ ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ଫିଲ୍ଡ ଟ୍ରେନର ମାନଙ୍କର ତିନି ଦିନିଆ ପ୍ରଶିକ୍ଷଣ ଶିବିର ସଫଳତାର ସହ ଉଦଯାପିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦୋଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନରମାନେ ଫିଲ୍ଡ ଟ୍ରେନରଙ୍କୁ ଆଗାମୀ 'ଜନଗଣନା ୨୦୨୭' ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଆବଶ୍ୟକୀୟ ମାର୍ଗଦର୍ଶିକା ପ୍ରଦାନ କରିଥିଲେ ।

ପ୍ରଶିକ୍ଷଣର ଶେଷ ଦିନରେ, ଶିକ୍ଷାର୍ଥୀମାନେ କେବଳ ତତ୍ତ୍ୱଗତ ଜ୍ଞାନରେ ସୀମିତ ନ ରହି ବାସ୍ତବ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରାୟ ୩୫ ଜଣ ଫିଲ୍ଡ ଟ୍ରେନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଅଞ୍ଚଳରେ ଏକ ନମୁନା ସର୍ଭେକରିଥିଲେ। ଏହି ଅଭ୍ୟାସ ଦ୍ୱାରା ଜନଗଣନା ସମୟରେ ସାମ୍ନାକୁ ଆସୁଥିବା ସମସ୍ୟା ଓ ତଥ୍ୟ ସଂଗ୍ରହର ସଠିକ ଶୈଳୀ ସମ୍ପର୍କରେ ସେମାନେ ଅବଗତ ହୋଇଥିଲେ। ଏହି ଟ୍ରେନରମାନେ ଆଗାମୀ ଦିନରେ ଜିଲ୍ଲାର ସୁପରଭାଇଜର ଏବଂ ଗଣନାକାରୀ ମାନଙ୍କୁ ପ୍ରଶିକ୍ଷିତ କରିବେ। 'ଜନଗଣନା ୨୦୨୭' କୁ ସୁରୁଖୁରୁରେ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବାକୁ ନିର୍ଦେଶ ଦେଇଛନ୍ତି ।

ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ, ଜିଲ୍ଲା ଜନଗଣନା ଅଧିକାରୀ, ଡେପୁଟି କଲେକ୍ଟର-ତଥା-ଡେପୁଟି ଜନଗଣନା ଅଧିକାରୀ ଏବଂ ସହକାରୀ କଲେକ୍ଟର-ତଥା-ସହକାରୀ ଜନଗଣନା ଅଧିକାରୀ ପ୍ରମୁଖ ଯୋଗ ଦେଇ ସଠିକ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande