
ୱାଶିଂଟନ, 13 ମାର୍ଚ୍ଚ (ହି.ସ.)- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇରାନସହ 28 ଫେବୃଆରୀରୁ
ଆରମ୍ଭ ହୋଇଥିବା ଯୁଦ୍ଧ ମଧ୍ୟରେ ଆଜି ତାଙ୍କର ସୋସିଆଲ୍ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ବହୁତ
କଠୋର ମତାମତ ଦେଇଛନ୍ତି। ସେ କହିଛନ୍ତି ଯେ ଶୁକ୍ରବାର ଦିନ ଇରାନ ସରକାରର କଣ ଅବସ୍ଥା ହେବ
ସେଥିକି ଦେଖିବେ। ଟ୍ରମ୍ପ ଶୁକ୍ରବାର ସକାଳେ ଇରାନର ନେତାମାନଙ୍କ ବିରୋଧରେ ଆହୁରି କଠୋର ଶବ୍ଦ
ବ୍ୟବହାର କରିଥିଲେ ଏବଂ ଦ ନ୍ୟୁୟର୍କ ଟାଇମ୍ସଉପରେ ମଧ୍ୟ ନିଶାନା
ସାଧିଥିଲେ।
ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲରେ ଲେଖିଥିଲେ, ଯାହାର ପ୍ରାୟ ଭାବାନୁବାଦ ଏପରି—
“ଆମେ ଇରାନର ଆତଙ୍କବାଦୀ ଶାସନକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ
କରୁଛୁ—ସେନା, ଅର୍ଥନୈତିକ ଏବଂ ଅନ୍ୟ ସମସ୍ତ ପ୍ରକାରରେ। ତଥାପି ଯଦି
ଆପଣ ‘ଫେଲିଂ ନ୍ୟୁୟର୍କ ଟାଇମ୍ସ’ ପଢ଼ିବେ, ତେବେ ଆପଣଙ୍କୁ
ଭୁଲ୍ ଧାରଣା ହେବ ଯେ ଆମେ ଜିତୁନାହୁଁ। ଇରାନର ନୌସେନା ପ୍ରାୟ ସମାପ୍ତ ହୋଇଯାଇଛି। ସେମାନଙ୍କର
ବାୟୁସେନାର ଏବେ କୌଣସି ଅସ୍ତିତ୍ୱ ନାହିଁ। ମିସାଇଲ୍, ଡ୍ରୋନ୍ ଏବଂ ଅନ୍ୟ
ସମସ୍ତକୁ ଧ୍ୱଂସ କରାଯାଉଛି। ଏବଂ ସେମାନଙ୍କର ନେତାମାନଙ୍କୁ ପୃଥିବୀର ମାନଚିତ୍ରରୁ ମିଟାଇ
ଦିଆଯାଇଛି।”
ସେ ଆଉ ଲେଖିଛନ୍ତି—“ଆମ ପାଖରେ ଅଦ୍ୱିତୀୟ ଆକ୍ରମଣ କ୍ଷମତା ଅଛି।
ଅସୀମ ଗୋଳାବାରୁଦ ଅଛି ଏବଂ ଆମ ପାଖରେ ପ୍ରଚୁର ସମୟ ମଧ୍ୟ ଅଛି। ଦେଖୁଥାନ୍ତୁ ଆଜି ଏହି ପାଗଳ ଓ
ନିଚ୍ ଲୋକମାନଙ୍କର କଣ ଅବସ୍ଥା ହୁଏ। ଏହି ଲୋକମାନେ ପଛଲା 47 ବର୍ଷ ଧରି ସାରା ପୃଥିବୀରେ
ନିର୍ଦ୍ଦୋଷ ଲୋକମାନଙ୍କର ଜୀବନ ନେଇଆସୁଛନ୍ତି। ଏବେ ମୁଁ ସେମାନଙ୍କୁ ସମାପ୍ତ କରୁଛି। ଏହା
କରିବା ମୋ ପାଇଁ ବହୁତ ବଡ଼ ସମ୍ମାନର କଥା। ଏହି ବିଷୟରେ ଧ୍ୟାନ ଦେଇଥିବାରୁ ସମସ୍ତଙ୍କୁ
ଧନ୍ୟବାଦ। — ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା