
ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- ଓଡ଼ିଶାରେ ଧର୍ମ ପରିବର୍ତନ ବଢି ଚାଲିଥିବା ଭଳି ସାଂଘାତିକ ତଥ୍ୟ ଆସିଛି ବିଧାନସଭାରୁ । ବିଧାନସଭାରେ ଏକ ପ୍ରଶ୍ନରେ ଲିଖିତ ଉତର ରଖି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ବିଗତ ୧୦ ବର୍ଷରେ କେବଳ କୋରାପୁଟ ଜିଲ୍ଲାରେ ୩୪ ଜଣ ଅନୁସୂଚିତ ଜାତି ସମ୍ପ୍ରଦାୟର ବ୍ୟକ୍ତି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି। ୨୦୨୬ ରେ ୩ ଜଣ ବ୍ୟକ୍ତି ହିନ୍ଦୁ ଧର୍ମ ପରିବର୍ତନ କରି ଖ୍ରୀଷ୍ଟିଆନ ହୋଇଥିବା ବେଳେ ୨୦୨୫ ରେ ୬ ଜଣ, ୨୦୨୪ ରେ ୧୧ ଜଣ, ୨୦୨୩ ଓ ୨୦୨୨, ୨୦୨୦ ରେ ଜଣେ ଲେଖାଏଁ ବ୍ୟକ୍ତି ଧର୍ମ ପରିବର୍ତନ କରିଛନ୍ତି ।
ସେହିପରି ୨୦୧୯ ରେ ୫ ଜଣ, ୨୦୧୮ ରେ ୨ ଜଣ, ୨୦୧୭ ରେ ୩ ଜଣ ଓ ୨୦୧୬ ରେ ଜଣେ ବ୍ୟକ୍ତି ମଧ୍ୟ ଧର୍ମ ପରିବର୍ତନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା