ଶୂନ୍ୟକାଳରେ ଉଠିଲା ସୀମା ବିବାଦ ପ୍ରସଙ୍ଗ
ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.)- ଶୂନ୍ୟକାଳରେ ଉଠିଲା ସୀମା ବିବାଦ ପ୍ରସଙ୍ଗ । ଝାରସୁଗୁଡା ସୀମାନ୍ତରେ ଜାଗା ମାଡି ବସୁଛି ଛତିଶଗଡ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି 1956 ରେ ସଢ଼େଇକଳା ଖରଶୁଆଁ ଭଳି ଅଂଚଳ ଓ
ଶୂନ୍ୟକାଳରେ ଉଠିଲା ସୀମା ବିବାଦ ପ୍ରସଙ୍ଗ


ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.)- ଶୂନ୍ୟକାଳରେ ଉଠିଲା ସୀମା ବିବାଦ ପ୍ରସଙ୍ଗ । ଝାରସୁଗୁଡା

ସୀମାନ୍ତରେ ଜାଗା ମାଡି ବସୁଛି ଛତିଶଗଡ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିରୋଧୀ ଦଳ

ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

ସେ କହିଛନ୍ତି 1956 ରେ ସଢ଼େଇକଳା ଖରଶୁଆଁ ଭଳି ଅଂଚଳ ଓଡିଶାରେ

ସାମିଲ କରାଗଲା ନାହିଁ । ଓଡିଶାକୁ ବିକଳାଙ୍ଗ କରିବାକୁ ଚେଷ୍ଟା ଚାଲିଛି । ଆନ୍ଧ୍ର ସରକାର

କୋଟିଆରେ ଅନୁପ୍ରବେଶ କରୁଛି । ଏବେ ଛତିଶଗଡ ସରକାର ଆକ୍ରମଣ କଲେଣି । ଝାରସୁଗୁଡା ଜିଲ୍ଲାର

ସୀମାନ୍ତ ଗାଁ କନକତୋରାରୁ ରାୟଗଡକୁ ଯାଇଥିବା ରାସ୍ତା ଓଡିଶାର । ଏହା ଝାରସୁଗୁଡାର ଲଖନପୁର

ବ୍ଲକର । ଏବେ ଏହି ରାସ୍ତାରେ ଛତିଶଗଡ ଆଧିପତ୍ୟ ଦେଖାଉଛି । ଏହି ରାସ୍ତା ପାଇଁ ସେଠାକାର ଚାଷୀ

ଦାନ କରିଥିଲେ । ଝାରସୁଗୁଡା କତୃପକ୍ଷ ନିଷ୍କ୍ରିୟ । ତୁରନ୍ତ ଜିଲ୍ଲା ପ୍ରଶାସନକୁ ନିଜ

ଅକ୍ତିଆରକୁ ରାସ୍ତାକୁ ନେବା ପାଇଁ ନିର୍ଦେଶ ଦିଆଯାଉ ବୋଲି ଉପମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande