
ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- ଓଡ଼ିଶାରେ ୬ ଲକ୍ଷ ୩୬ ହଜାର ୮୫୮ ଜଣ ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ଭତା ଅପେକ୍ଷାରେ ଅଛନ୍ତି। ସେହିପରି ୩୬୯୨ ଜଣ ୮୦ ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଏବଂ ୫୯୮୧ ଜଣ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୫ ହଜାର ୫୫ ଜଣ ଭତା ପାଇଁ ଅପେକ୍ଷା କରିଥିବା ବେଳେ ୫୦୬ ଜଣ ୮୦ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଭତା ପାଇବା ପାଇଁ ଅପେକ୍ଷା କରିଛନ୍ତି। ସେହିପରି ସର୍ବାଧିକ କଟକ ଜିଲ୍ଲା ରେ ୫୬୫ଜଣ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ଆବେଦନ କରି ଅପେକ୍ଷାରେ ଅଛନ୍ତି। ବିଧାୟକ ମାନସ ଦତ ଙ୍କ ପ୍ରଶ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ମନ୍ତ୍ରୀ ବିଧାନସଭାରେ ଏହି ଉତର ରଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା