
ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.)- ବିଜେବି କଲେଜ ପରି ପ୍ରତିଷ୍ଠିତ କଲେଜ ଗୁଡିକର ସ୍ୱୟଂଶାସିତ
ମାନ୍ୟତା କଟି ଗଲାଣି । ସ୍ୱୟଂଶାସିତ ମାନ୍ୟତା ପୁଣି ଆଣିବା କାର୍ଯ୍ୟର ଚାପ ପଡୁଛି ଅଧ୍ୟାପକଙ୍କ
ଉପରେ । ପୁଣି କିପରି ମାନ୍ୟତା ଫେରିବ, ସେ ନେଇ ବିଧାନସଭାରେ
ପ୍ରଶ୍ନ କରିଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ଏହାର ଉତ୍ତର ଦେଇ ଉଚ୍ଚଶିକ୍ଷା
ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ ସ୍ୱୟଂଶାସିତ ମାନ୍ୟତା ୟୁଜିସିଦେଇଥାଏ । ସ୍ୱୟଂଶାସିତ ମାନ୍ୟତା ଫେରାଇ ଆଣିବା ଦିଗରେ କାର୍ଯ୍ୟକ୍ରମ
ଚାଲିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା