ସାଇବର ଠକେଇ ଅଭିଯୋଗରେ ନିଶା ନିବାରଣ କେନ୍ଦ୍ରର ମାଲିକ ଓ ସହଯୋଗୀ ଗିରଫ
ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- ପୋଲିସ ହାତରେ ଧରା ପଡିଲା ନିଶା ନିବାରଣ କେନ୍ଦ୍ରର ମାଲିକ। ଦୀର୍ଘ ବର୍ଷ ଧରି ଟ୍ରଷ୍ଟ ଖୋଲି ସାଇବର ଠକେଇ କରୁଥିବା ଅଭିଯୋଗରେ ବିଶ୍ୱାସ ଓଲଫେୟର ଟ୍ରଷ୍ଟ ଡାଇରେକ୍ଟର ପାରସ କର ଗିରଫ ହୋଇଛନ୍ତି। ଦୁଇ କୋଟିରୁ ୩୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଠକେଇ ଅଭିଯୋଗରେ ନୟାପଲ୍ଲୀ
ସାଇବର ଠକେଇ ଅଭିଯୋଗରେ ନିଶା ନିବାରଣ କେନ୍ଦ୍ରର ମାଲିକ ଓ ସହଯୋଗୀ ଗିରଫ


ଭୁବନେଶ୍ୱର, ୧୩ ମାର୍ଚ୍ଚ (ହି.ସ)- ପୋଲିସ ହାତରେ ଧରା ପଡିଲା ନିଶା ନିବାରଣ କେନ୍ଦ୍ରର ମାଲିକ। ଦୀର୍ଘ ବର୍ଷ ଧରି ଟ୍ରଷ୍ଟ ଖୋଲି ସାଇବର ଠକେଇ କରୁଥିବା ଅଭିଯୋଗରେ ବିଶ୍ୱାସ ଓଲଫେୟର ଟ୍ରଷ୍ଟ ଡାଇରେକ୍ଟର ପାରସ କର ଗିରଫ ହୋଇଛନ୍ତି। ଦୁଇ କୋଟିରୁ ୩୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଠକେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ପାରସଙ୍କ ସହ ତାଙ୍କ ସହଯୋଗୀ ଅସୀମ ସାହୁକୁ ମଧ୍ୟ ଗିରଫ କରିଛି।

ଦୁହେଁ ଦୀର୍ଘ ବର୍ଷ ଧରି ଟ୍ରଷ୍ଟ ଖୋଲି ରାଜ୍ୟ ବାହାରୁ ସାଇବର ଠକ ମାନଙ୍କ ଯୋଗାଯୋଗରେ ଥିଲେ। କଲିକତା ,ଆସାମ, ମହାରାଷ୍ଟ୍ରରୁ ଅନେକ ସନ୍ଧିଗ୍ଧ ଆକାଉଂଟ୍ ରୁ ଏମାନଙ୍କ ଟ୍ରଷ୍ଟକୁ କୋଟି କୋଟି ଟଙ୍କା ଆସୁଥିଲା । ତାପରେ ଏମାନେ ସେହି ଟଙ୍କା ଉଠାଇ ନିଜର ପର୍ସେେଂଟଜ୍ ରଖି ଅନ୍ୟ ଟଙ୍କା ସାଇବର ଠକଙ୍କ ଆକାଉଂଟ ରେ ଡିପୋଜିଟ୍ କରୁଥିଲେ । ଦୁହେଁ ଗିରଫ ହେବା ପରେ ନୟାପଲ୍ଲୀ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande