
ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ.)- ବିଜେପି ଘୋଡ଼ା ବେପାର ପାଇଁ ଉଦ୍ୟମ କରୁଛି। ଯେତେ କଲେ
ବି ସଫଳ ହେବନି ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ଦୁଇଟି ଆସନ ଜିତିବ ବିଜେଡି।
ନବୀନ ନିବାସରେ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ରହିଛି। ୧୫ ତାରିଖରେ ବିଧାୟକ ଦଳ ବୈଠକ। ବିଜେଡିର
ସବୁ ବିଧାୟକ ମାନେ ଏକାଠି ଅଛନ୍ତି। ଔପଚାରିକ ଭାବେ ସମସ୍ତଙ୍କ ସହ ହେବ ଆଲୋଚନା। ସମସ୍ତେ
ନବୀନଙ୍କ ସହ ଅଛନ୍ତି ।୧୬ ତାରିଖରେ ଫଳାଫଳ ଆସିଲେ ସବୁ ସ୍ପଷ୍ଟ ହୋଇଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା