ବିଧାୟକ ମାଧବ ଧଡ଼ାଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ, ଦଳ ହୁଇପ ମାନିବେ ମାଧବ ଧଡା
ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ)- ବିଧାୟକ ମାଧବ ଧଡ଼ାଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ ।ଏନେଇ ସୂଚନା ଦେଲେ ସୋର ବିଜେଡି ବିଧାୟକ ମାଧବ ଧଡ଼ା ।୨ ଦିନ କାହିଁକି ଅନୁପସ୍ଥିତ ଥିଲ ବୋଲି ପଚାରିଲେ ନବୀନ । ଭାଣିଜୀ ବାହାଘର ଥିବାରୁ ବିଧାନସଭାରେ ଅନୁପସ୍ଥ
ବିଧାୟକ ମାଧବ ଧଡ଼ାଙ୍କ ସହ     କଥା ହେଲେ ନବୀନ ପଟ୍ଟନାୟକ, ଦଳ ହୁଇପ ମାନିବେ ମାଧବ ଧଡା


ଭୁବନେଶ୍ୱର, 13 ମାର୍ଚ୍ଚ (ହି.ସ)- ବିଧାୟକ ମାଧବ ଧଡ଼ାଙ୍କ ସହ

କଥା ହେଲେ ନବୀନ ପଟ୍ଟନାୟକ ।ଏନେଇ ସୂଚନା ଦେଲେ ସୋର ବିଜେଡି ବିଧାୟକ ମାଧବ ଧଡ଼ା ।୨ ଦିନ

କାହିଁକି ଅନୁପସ୍ଥିତ ଥିଲ ବୋଲି ପଚାରିଲେ ନବୀନ । ଭାଣିଜୀ ବାହାଘର ଥିବାରୁ ବିଧାନସଭାରେ

ଅନୁପସ୍ଥିତ ଥିଲି ବୋଲି କହିଲି । ବାହାଘର ଭଲରେ ହେଲା କି ବୋଲି ପଚାରିଲେ ନବୀନ ପଟ୍ଟନାୟକ । ବିଜେଡି

ସୁପ୍ରିମୋଙ୍କ ନିଷ୍ପତିକୁ ଅକ୍ଷରେ ଅକ୍ଷରେ ପାଳନ କରିବୁ । ଦଳର ହୁଇପ ମାନିବୁ ବୋଲି କହିଛନ୍ତି

ବିଜେଡି ବିଧାୟକ ମାଧବ ଧଡା । ରବି ଜେନା ଦଳ ଛାଡିବା ନେଇ କହିଛନ୍ତି, କିଏ

କଣ ଚର୍ଚ୍ଚା କରିବେ କାହା ମୁହଁରେ ହାତ ଦେଇ ହେବ ନାହିଁ । ବିଜେଡିର 48 ବିଧାୟକ ସଂଗଠିତ

ଅଛନ୍ତି । ବିଜେପି ବାରମ୍ବାର ପ୍ରେସର୍ କରୁଛି, ହେଲେ ସେଥିରେ ସଫଳ

ହେବେ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande