ବିପଦସଂକୁଳ ଅବସ୍ଥା ରେ କୁଶେଇ ସେତୁ
ଘଟ ଗାଁ, ୧୪ ମାର୍ଚ୍ଚ (ହି.ସ) - ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅଧୂବାସୀ ଅସୁରକ୍ଷିତ ଜ୍ଝ ଅଭିଯୋଗପତ୍ର ଦୀର୍ଘଦିନ ହେବା ଦିଆଯାଇଛି; ହେଲେ ପଦକ୍ଷେପ ନିଆଯାଇ ନାହିଁ। ପ୍ରଶାସନ ନିଦାବିଷ୍ଣୁ ସାଜିଥିଲା ବେଳେ ଅସୁରକ୍ଷିତ ଅବସ୍ଥାରେ ବିପଦସଙ୍କୁଳ ପୁରାତନ ସେତୁ ଉପରେ ଲୋକମାନେ ଯାତାୟାତ କରୁଛନ୍ତି । ଅଂଚଳ
ବିପଦସଂକୁଳ ଅଵସ୍ଥା ରେ କୁଶେଇ ସେତୁ


ଘଟ ଗାଁ, ୧୪ ମାର୍ଚ୍ଚ (ହି.ସ) - ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅଧୂବାସୀ ଅସୁରକ୍ଷିତ ଜ୍ଝ ଅଭିଯୋଗପତ୍ର ଦୀର୍ଘଦିନ ହେବା ଦିଆଯାଇଛି; ହେଲେ ପଦକ୍ଷେପ ନିଆଯାଇ ନାହିଁ। ପ୍ରଶାସନ ନିଦାବିଷ୍ଣୁ ସାଜିଥିଲା ବେଳେ ଅସୁରକ୍ଷିତ ଅବସ୍ଥାରେ ବିପଦସଙ୍କୁଳ ପୁରାତନ ସେତୁ ଉପରେ ଲୋକମାନେ ଯାତାୟାତ କରୁଛନ୍ତି । ଅଂଚଳବାସୀ ସେତୁର ଅବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପ୍ରକାଶ କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବେଲବାହାଳିଠାରେ ଥିବା ପୁରୁଣା କୁଶେଇ ସେତୁ ବର୍ତମାନ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି । ପଂଚାୟତର ସରପଂଚ ଓ ଗ୍ରାମବାସୀ ବାରମ୍ବାର ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀଙ୍କ ସମେତ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ଜଣାଇଥିଲେ ମଧ୍ୟ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଉନାହିଁ ବୋଲି ଅଭିଯୋଗ ହେଉଛି ଓ ଚୂନ, ଗୁଡ଼, ଅଠା, ଇଟା, ବାଲି ଆଦି ବ୍ୟବହାର ହୋଇ ନିର୍ମାଣ ହୋଇଥିବା ବହୁ ପୁରାତନ କୁଶେଇ ସେତୁ ପୂର୍ବରୁ ୨୧୫ ନଂ ଜାତୀୟ ରାଜପଥର ମୁଖ୍ୟ ସେତୁ ଭାବରେ ବ୍ୟବହାର ହୋଇଆସୁଥିଲା। ଏହାଉପରେ ହଜାର ସଂଖ୍ୟକ ଲୁହାପଥର ବୋଝଇ ଗାଡ଼ି କେନ୍ଦୁଝରଠାରୁ ପାରାଦୀପ ବନ୍ଦର କୁ ଯିବାଆସିବା କରୁଥିଲା। ୧୯୯୯ ମହାବାତ୍ୟାରେ ପାହିଆ ଖସିଯିବା ପରେ ସେତୁ ଦୁର୍ବଳ ହୋଇପଡ଼ିଥିଲା । ପରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ କିଛି ଅଂଶ ମରାମତି କରିଥିଲା । ବେଲବାହାଳିଠାରେ ଜାତୀୟ ରାଜପଥ ପ୍ରାଧୂକରଣ କର୍ତୃପକ୍ଷଙ୍କ ପକ୍ଷରୁ ଜାତୀୟ ରାଜପଥରେ ନୂତନ କୁସେଇ ସେତୁ ନିର୍ମାଣ କରାଯିବା ପରେ ପୁରୁଣା ସେତୁ ଅବହେଳିତ ହୋଇ ପଡିରହିଛି। ଏହି ସେତୁର ଉଭୟ ପାର୍ଶ୍ୱରେ ଥୂବା ବାଡ଼ା ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗି ଯାଇଥିବାରୁ ବିପଦ ସୃଷ୍ଟି କରିଛି। ଆବଶ୍ୟକ ମରାମତି କାର୍ଯ୍ୟ କରା ନଯାଇ ଜି ଆଇ ପାଇପ୍ରେ ସୁରକ୍ଷା ବାଡ଼ା କରାଯାଇଥିଲା । ବର୍ତମାନ ଏହା ସମ୍ପୂର୍ଣ ଭାବରେ ଭାଙ୍ଗି ଯାଇଥିବା ବେଳେ ପ୍ରଶାସନ କୌଣସି ଦୃଷ୍ଟି ନଦେବାରୁ ଗ୍ରାମବାସୀ ଏକ ବାଉଁଶରେ ବାନ୍ଧି ଅଟକାଇଛନ୍ତି। ପ୍ରତିବର୍ଷ ପୂର୍ତବିଭାଗ ପକ୍ଷରୁ ସେତୁ ଉପରିଭାଗ ସଫେଇ, ରଙ୍ଗ ଲଗାଇବା, ସେତୁ ସତର୍କତା ସାଙ୍କେତିକ ଖୁଣ୍ଟ ଓ ଯାନବାହନ ଗତି ନିଯନ୍ତ୍ରଣ କରିବା ପାଇଁ ରାସ୍ତାରେ ସର୍ତକସୂଚନା ଦିଆଯାଉଥିବା ବେଳେ ସେତୁରେ ରକ୍ଷଣାବେକ୍ଷଣ ହେଉନାହିଁ। ଅସରାଏ ବର୍ଷା ହେଲେ ସେତୁ ଉପରେ ଦୀର୍ଘ ସମୟ ଧରି ବର୍ଷା ଜଳ ଜମିରହୁଛିଜ୍ଝ ସନ୍ଧ୍ୟା ହେଲେ ଯାତ୍ରୀ ମାନେ ଯିବାଆସିବାର ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ୫ଟି ପଂଚାୟତର ଅଧି ବାସୀଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଏହି ସେତୁ ଏକମାତ୍ର ଭରସା ହୋଇଥିବାରୁ ତୁରନ୍ତ ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande