
ମାଲକାନଗିରି, ୧୪ ମାର୍ଚ୍ଚ (ହି.ସ.) - ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ୱାମୀଙ୍କର ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ମଝି ରାସ୍ତାରେ ତାଣ୍ଡବ ରଚିଛନ୍ତି।ସୂଚନା ଅନୁଯାୟୀ, ଏମପିଭି -୪୬ ଗ୍ରାମର ପରିମଳ ନାମକ ଜଣେ ଯୁବକ ପ୍ରାୟ ୭-୮ ବର୍ଷ ପୂର୍ବେ ତେଲେଙ୍ଗାନାର ରାଧିକାଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହର କିଛି ବର୍ଷ ପରେ ପରିମଳ ଫେସବୁକ ମାଧ୍ୟମରେ ମଞ୍ଜୁ ମଣ୍ଡଳ ନାମକ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପରିମଳ ନିଜ ସ୍ତ୍ରୀଙ୍କୁ ଠକି ଅନ୍ୟ ମହିଳାଙ୍କ ସହ ବୁଲାବୁଲି କରୁଥିବା ବେଳେ ଗତକାଲି ମାଲକାନଗିରି ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାଧିକା ସେମାନଙ୍କୁ ଏକାଠି ରଙ୍ଗେ ହାତ ଧରିଥିଲେ। ଏହାକୁ ନେଇ ସେଠାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ରାଧିକା ନିଜ ସ୍ୱାମୀଙ୍କ କଲର ଧରି ରାସ୍ତା ଉପରେ ପ୍ରଶ୍ନ କରିବା ସହ ତାଙ୍କୁ ସର୍ବସମ୍ମୁଖରେ ବିରୋଧ କରିଥିଲେ। ଏହି ଘଟଣା ସମୟରେ ସେଠାରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ପରିବାରରେ ଏଭଳି ଅଶାନ୍ତି ଦେଖିବା ପରେ ରାଧିକା ଶେଷରେ ନ୍ୟାୟ ପାଇଁ ମାଲକାନଗିରି ଆଦର୍ଶ ଥାନାରେ ପହଂଚି ନିଜ ସ୍ୱାମୀଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ