ଭଦ୍ରକରେ ଏଆଇ ଉପକରଣ ବ୍ୟବହାର ସମ୍ବନ୍ଧୀୟ ଦିନିକିଆ କର୍ମଶାଳା
ଭଦ୍ରକ, ୧୪ ମାର୍ଚ୍ଚ (ହି.ସ.) - ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓଡିଶା କମ୍ପୁଟର ପ୍ରୟୋଗ କେନ୍ଦ୍ର ପକ୍ଷରୁ କୃତ୍ରିମ ବୁଦ୍ଧି (ଏ ଆଇ ) ଉପକରଣଗୁଡ଼ିକର ବ୍ୟବହାର ସମ୍ବନ୍ଧୀୟ ଏକ ଦିନିକିଆ କର୍ମଶାଳା ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ
AI SAMBANDHIYA KARMASALA AT BHADRAK


ଭଦ୍ରକ, ୧୪ ମାର୍ଚ୍ଚ (ହି.ସ.) - ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓଡିଶା କମ୍ପୁଟର ପ୍ରୟୋଗ କେନ୍ଦ୍ର ପକ୍ଷରୁ କୃତ୍ରିମ ବୁଦ୍ଧି (ଏ ଆଇ ) ଉପକରଣଗୁଡ଼ିକର ବ୍ୟବହାର ସମ୍ବନ୍ଧୀୟ ଏକ ଦିନିକିଆ କର୍ମଶାଳା ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ମୁଖ୍ୟ ଅତିଥି ଭାବରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ , ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀମାନେ ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଏଆଇ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ପ୍ରଶାସନିକ କାର୍ଯ୍ୟଧାରାକୁ କିପରି ଡିଜିଟାଲ ରୂପାନ୍ତରଣ ସହ ଅଧିକ ସ୍ୱଚ୍ଛତା ଓ କ୍ଷୀପ୍ରତା ଆଣିହେବ ସେ ସମ୍ବନ୍ଧରେ ବିସ୍ତୃତ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ପରିଚାଳକ ବିଜୟାନନ୍ଦ କରଙ୍କ ସହଯୋଗରେ ଓଡିଶା ନଲେଜ କର୍ପୋରେସନ୍ର ଟେକନିକାଲ ଟିମ୍ ଏହି ପ୍ରଶିକ୍ଷଣକୁ ପରିଚାଳନା କରିଥିଲେ। କର୍ମଶାଳାରେ ଏଆଇ ଉପକରଣଗୁଡ଼ିକର ସଠିକ୍ ବ୍ୟବହାର ଦ୍ୱାରା ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଏବଂ କ୍ଷମତାଶୀଳ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande