ଶିତତାପ ନିୟନ୍ତ୍ରିତ ମହାଯାତ୍ରା ଗାଡି ଉଦ୍ଘାଟିତ
କେନ୍ଦୁଝର, ୧୪ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ଲୋକଙ୍କ ପାଇଁ ପୂର୍ବରୁ ଦୁଇଟି ମହାଯାତ୍ରା ଗାଡି ଆନନ୍ଦପୁର ଓ କେନ୍ଦୁଝର ପାଇଁ ପ୍ରଦାନ କରାଯିବା ପରେ ଆଜି ଏକ ଶିତତାପ ନିୟନ୍ତ୍ରିତ ମହାଯାତ୍ରା ଗାଡି ପ୍ରଦାନ କରାଯାଇଛି। ଲୋକମାନେ ମହାଯାତ୍ରା ଗାଡିର ଅଭାବ ଯୋଗୁଁ ବହୁ
Ac ambulance service


କେନ୍ଦୁଝର, ୧୪ ମାର୍ଚ୍ଚ (ହି.ସ.) - କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ଲୋକଙ୍କ ପାଇଁ ପୂର୍ବରୁ ଦୁଇଟି ମହାଯାତ୍ରା ଗାଡି ଆନନ୍ଦପୁର ଓ କେନ୍ଦୁଝର ପାଇଁ ପ୍ରଦାନ କରାଯିବା ପରେ ଆଜି ଏକ ଶିତତାପ ନିୟନ୍ତ୍ରିତ ମହାଯାତ୍ରା ଗାଡି ପ୍ରଦାନ କରାଯାଇଛି। ଲୋକମାନେ ମହାଯାତ୍ରା ଗାଡିର ଅଭାବ ଯୋଗୁଁ ବହୁ ସମୟ ରେ ସମସ୍ୟା ରେ ପଡିଥାନ୍ତି, ପୁରୀ ସ୍ୱର୍ଗ ଦ୍ୱାର ତଥା ଦୂର ଦୁରାନ୍ତ କୁ ଶବ ନେବା ପାଇଁ ହେଲେ ପ୍ରବଳ ଗରମ ରେ ଲୋକମାନେ ବହୁ ଅସୁବିଧା ର ସଂମୁଖୀନ ହୋଇଥାନ୍ତି । ଏଥିପାଇଁ ଆଜି ଜିଲା ଟ୍ରକ ମାଲିକ ସଂଘ ଅଫିସ ଆଗରେ ସଂଘର ସଭାପତି ପଦ୍ମଲୋଚନ ସାହୁ ଓ ସାଧାରଣ ସମ୍ପାଦକ ପ୍ରଦୀପ ବାରିକ ଶିତତାପ ନିୟନ୍ତ୍ରିତ ମହାଯାତ୍ରା ଗାଡି କୁ ଲୋକଙ୍କ ପାଇଁ ଆଜି ଉଦ୍ଘାଟନ କରି ପ୍ରଦାନ କରିଛନ୍ତି । ଜିଲା ଟ୍ରକ ମାଲିକ ସଂଘ ସ୍ୱାସ୍ଥ ସେବା କ୍ଷେତ୍ରରେ କେନ୍ଦୁଝର, ଆନନ୍ଦପୁର ଓ ଜଗମୋହନ ପୁର ପାଇଁ ଚାରୋଟି ଆମ୍ବୁଲାନ୍ସ ପ୍ରଦାନ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ଙ୍କୁ ଦୁଇଟି ଆମ୍ବୁଲାନ୍ସ ପ୍ରଦାନ କରିଥିଲେ। ବିଭିନ୍ନ ମେଡିକାଲରେ ସ୍ୱତନ୍ତ୍ର କ୍ୟାବିନ ବ୍ୟବସ୍ଥା ସହ ଲୋକଙ୍କ ପାଇଁ ବିଭିନ୍ନ ଯାଗାରେ ପିଇବା ପାଣିର ବ୍ୟବସ୍ତା ଓ ଦୁର୍ଘଟଣା ଗ୍ରସ୍ତ ଗାଡି କୁ ଆଣିବା ପାଇଁ ଏକ କ୍ରେନର ବ୍ୟବସ୍ତା କରାଯାଇଥିବା ନେଇ ସଂଘ ପକ୍ଷରୁ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande