
ଜୟପୁର, ୧୪ ମାର୍ଚ୍ଚ (ହି.ସ.)-ବିକ୍ରମ୍ ଦେବ ବିଶ୍ଵବିଦ୍ୟାଳୟ ୧୫ ଓଡ଼ିଶା ବ୍ୟାଟାଲିୟନ୍ ଏନସିସି, ଜୟପୁର ପକ୍ଷରୁ ଅଗ୍ନିବୀର ଯୋଜନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏନସିସି କ୍ୟାଡେଟ୍ ଓ ଯୁବମାନଙ୍କୁ ଭାରତୀୟ ସେନାରେ ଯୋଗଦାନ ପାଇଁ ପ୍ରେରଣା ଦିଆଯାଇଥିଲା ଏବଂ ଅଗ୍ନିବୀର ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ସେନା ଓ ପ୍ରଶାସନିକ କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ କ୍ୟାଡେଟ୍ମାନଙ୍କୁ ଯୋଜନାର ଯୋଗ୍ୟତା, ଚୟନ ପ୍ରକ୍ରିୟା, ପ୍ରଶିକ୍ଷଣ ଓ ଭବିଷ୍ୟତ ସୁଯୋଗ ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଆରଓ ଗୋପାଳପୁରରୁ ସୁବେଦାର ମେଜର ସନ୍ତୋଷ କୁମାର, ହବିଲଦାର ସୁଭାଷ ଘୋଷ, ଏମ୍ଟିଏସ୍ ଏସ୍. କେ. ରାଣା (ସୁଧୀର କୁମାର ରାଣା), ଓ ଯୁଗଳ କିଶୋର କୁଶ୍ରାହେ ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟ, କୋରାପୁଟ, କୋ ଲଟି କଲ ପ୍ରୀତି ରଂଜନ ଦାସ ,ସୁବେଦାର ଜଗଦୀଶ ପ୍ରସାଦ ଯାଦବ, ହବିଲଦାର ଅମନଦୀପ ସିଂହ, ଓ ହବିଲଦାର ବିକ୍ରମ ସିଂହ (୧୫ ଓଡ଼ିଶା ବ୍ୟାଟାଲିୟନ୍ ଏନସିସି, ଜୟପୁର) ଉପସ୍ଥିତ ଥିଲେ ଓ ନିଶାନ ପଟ୍ଟନାୟକ, ଏନସିସି ଆଲୁମିନି ଉପସ୍ଥିତ ଥିଲେ। କ୍ୟାପ୍ଟେନ ଲକ୍ଷ୍ମଣ ପାତ୍ର ଓ ସନ୍ତୋଷୀ ମୁଣ୍ଡା ବିକ୍ରମ ଦେବ ବିଶ୍ଵ ବିଦ୍ୟାଳୟରୁ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କ୍ୟାପ୍ଟେନ ଲକ୍ଷ୍ମଣ ପାତ୍ର ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସେମାନେ ଯୁବମାନଙ୍କୁ ଦେଶସେବାର ମହତ୍ତ୍ୱ ବିଷୟରେ ଜଣାଇବା ସହିତ ଅଗ୍ନିବୀର ଯୋଜନା ମାଧ୍ୟମରେ ଭାରତୀୟ ସେନାରେ ଯୋଗଦାନ କରି ଦେଶର ସୁରକ୍ଷାରେ ନିଜ ଅବଦାନ ରଖିବାକୁ ପ୍ରେରଣା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଏନସିସି କ୍ୟାଡେଟ୍ ଉପସ୍ଥିତ ରହି ଅଗ୍ନିବୀର ଯୋଜନା ସମ୍ପର୍କରେ ତଥ୍ୟ ଅବଗତ କରିଥିଲେ ଏବଂ ଭବିଷ୍ୟତରେ ଦେଶସେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମଟି ସଫଳ ଭାବରେ ସମାପ୍ତ ହୋଇଥିଲା l
ହିନ୍ଦୁସ୍ଥାନ ସମାଚାର / ପିକେପି