
ନୂଆଦିଲ୍ଲୀ,୧୪ ମାର୍ଚ୍ଚ(ହି.ସ.) – ଭାରତୀୟ ଜ୍ଞାନପୀଠ ଶନିବାର ଦିନ ତାମିଲ କବି, ଗୀତିକାର ଏବଂ ଲେଖକ ଆର୍. ବୈରାମୁଥୁଙ୍କୁ ୨୦୨୫ ବର୍ଷ ପାଇଁ ଦେଶର ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ୬୦ତମ ଜ୍ଞାନପୀଠ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ତାଙ୍କୁ ଏହି ସମ୍ମାନ ତାମିଲ ସାହିତ୍ୟରେ ଉଲ୍ଲେଖନୀୟ ଯୋଗଦାନ ଏବଂ ରଚନାତ୍ମକ ଅଭିବ୍ୟକ୍ତି ପାଇଁ ପ୍ରଦାନ କରାଯିବ।
ଭାରତୀୟ ଜ୍ଞାନପୀଠର ଚୟନ ସମିତିର ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି। ସମିତି ଶନିବାର ଦିନ କହିଛନ୍ତି ଯେ ତାମିଲ ଏକ ସମୃଦ୍ଧ ଭାଷା ହୋଇ ମଧ୍ୟ ଏବେ ପର୍ଯ୍ୟନ୍ତ କେବଳ ଦୁଇ ଲେଖକ ପିବି ଅଖିଳଂଦମ(୧୯୭୫) ଏବଂ ଡି. ଜୟକାନ୍ତନ(୨୦୦୨)ଙ୍କ ଏହି ସମ୍ମାନ ମିଳିଥିଲା। ଆର୍. ବୈରାମୁଥୁଙ୍କୁ ଏହି ପୁରସ୍କାର ମିଳିବା ସେହି ଅନ୍ତରାଳକୁ ଭରିବାର କାର୍ଯ୍ୟ କରିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି