ଭାରତୀୟ ଜନତା ପାର୍ଟି ପକ୍ଷରୁ ପରିବର୍ତ୍ତନ ସଂକଳ୍ପ ସଭା ଅନୁଷ୍ଠିତ
ମାଲକାନଗିରି, ୧୪ ମାର୍ଚ୍ଚ (ହି.ସ.)- କାଲିମେଳା ଓ ଏମଭି- ୭୯ ଠାରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ପରିବର୍ତ୍ତନ ସଂକଳ୍ପ ସଭା ଆୟୋଜନ କରାଯାଇଥିଲା। ଏଥିରେ ଉପସ୍ଥିତ ବୁଦ୍ଧିଜୀବୀ ଓ ବିଜେପି କର୍ମୀ ମାନେ କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକ
ଭାରତୀୟ ଜନତା ପାର୍ଟି ପକ୍ଷରୁ ପରିବର୍ତ୍ତନ ସଂକଳ୍ପ ସଭା


ମାଲକାନଗିରି, ୧୪ ମାର୍ଚ୍ଚ (ହି.ସ.)- କାଲିମେଳା ଓ ଏମଭି- ୭୯ ଠାରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ପରିବର୍ତ୍ତନ ସଂକଳ୍ପ ସଭା ଆୟୋଜନ କରାଯାଇଥିଲା। ଏଥିରେ ଉପସ୍ଥିତ ବୁଦ୍ଧିଜୀବୀ ଓ ବିଜେପି କର୍ମୀ ମାନେ କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ମନୋଯୋଗ ସହକାରେ ଶୁଣିଥିଲେ। ଆଜି ଅନୁଷ୍ଠିତ ଏହି ସଭା ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପଶ୍ଚିମବଙ୍ଗର ବିକାଶ, ସୁଶାସନ ଓ ରାଜ୍ୟରେ ପରିବର୍ତ୍ତନର ଆହ୍ୱାନ ଦେଇଥିଲେ। ସେ ରାସ୍ତା, ରେଳପଥ, ବନ୍ଦର ଓ ଶିପିଙ୍ଗ୍ ସମ୍ବନ୍ଧୀୟ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ, ଯାହାର ମୂଲ୍ୟ ପ୍ରାୟ ୧୮,୬୮୦ କୋଟି ଟଙ୍କା।

ସଭାରେ ଉପସ୍ଥିତ ଥିବା କର୍ମୀ ଓ ବୁଦ୍ଧିଜୀବୀମାନେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ହୃଦୟଙ୍ଗମ କରି ନିଷ୍ପତ୍ତି ନେଇଛନ୍ତି ଯେ, ସେମାନେ ପଶ୍ଚିମବଙ୍ଗ ଯିବେ। ସେଠାରେ ନିଜ ଆତ୍ମୀୟ-ସ୍ୱଜନଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ବିଜେପିକୁ ଭୋଟ୍ ଦେବାକୁ ପ୍ରେରଣା ଦେବେ। ଏହା ସହିତ କିଛି କର୍ମୀ ମୂଳସ୍ତରୀୟ ଅଭିଯାନରେ ଗାଁ ଗାଁ, ଘରେ ଘରେ ପହଞ୍ଚି ବିଜେପିର ବିକାଶ ସଂକଳ୍ପ ବିଷୟରେ ଜନତାଙ୍କୁ ଅବଗତ କରାଇବେ।

ଲକ୍ଷାଧିକ ସମର୍ଥକଙ୍କ ଉପସ୍ଥିତିରେ ଏହି ଐତିହାସିକ ସଭା ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆଣିବାରେ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହୋଇଛି।

ଏହି ଦୁଇଟି ସଭାରେ ଜିଲ୍ଲା ସଂଯୋଜକ ନିହାର ରାୟ, କାଲିମେଳା ସହସଂଯୋଜକ ଭବାନୀ ଶଙ୍କର ମୁଖାର୍ଜୀଏବଂ ଏମଭି ୭୯ ସହ-ସଂଯୋଜକ ସପନ ରାୟ ନେତୃତ୍ବ ନେଇଥିଲେ। ପୂର୍ବତନ ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟି, ଜୟନ୍ତ ମଜୁମଦାର ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande