
ଜୟପୁର, ୧୪ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ଆଇନଜୀବି ସଂଘର ଆସନ୍ତା ୨୮ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ବର୍ତ୍ତମାନ ବିଭିନ୍ନ ପଦବୀ ପାଇଁ ୨୮ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ବର୍ତ୍ତମାନ ସଭାପତି ୨ ଜଣ, ଉପସଭାପତି ୩ ଜଣ , ସମ୍ପାଦକ ୨ ଜଣ, ଯୁଗ୍ମ ସମ୍ପାଦକ ୩ ଜଣ, ଲାଇବ୍ରେରୀ ସମ୍ପାଦକ ୨ ଜଣ ଏବଂ ୪ଟି କାର୍ଯ୍ୟକାରୀ ସଭାପତି ପାଇଁ ସମୁଦାୟ ୧୭ ଜଣଙ୍କ ମଧ୍ୟରେ ଭୋଟ ଲଢେଇ ହେବ । ଏହିପରି ଗୋଟିଏ ପ୍ରାର୍ଥୀପତ୍ର ନାକଚ ହେବା ପରେ ମହିଳାଙ୍କ ପାଇଁ ସଂରକ୍ଷିତ ସହକାରୀ ସମ୍ପାଦିକା ପଦବୀ ପାଇଁ ପୁଷ୍ପାଞ୍ଜଳି ସାହୁ, ସହକାରୀ ଲାଇବ୍ରେରୀ ସମ୍ପାଦିକା ଭାନୁମତୀ ପୁଜାରୀ, କୋଷାଧ୍ୟକ୍ଷ ଭି. ରାମାନୁଜ ପ୍ରସାଦ, ମହିଳାଙ୍କ ପାଇଁ ସଂରକ୍ଷିତ କାର୍ଯ୍ୟକାରୀ ସଦସ୍ୟା ପଦବୀ ପାଇଁ ସସ୍ମିତା ଦଣ୍ଡସେନା କେବଳ ଜଣେ ମାତ୍ର ରହିଥିବା ଯୋଗୁଁ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ମହିଳା କାର୍ଯ୍ୟକାରୀ ସଦସ୍ୟା ପାଇଁ ୩ଟି ପଦବୀ ରହିଥିବା ବେଳେ ୪ଟି ଜଣ ପ୍ରାର୍ଥୀ ରହିଥିଲେ । କିନ୍ତୁ ୩ ଜଣ ନାମାଙ୍କନପତ୍ର ପ୍ରତ୍ୟାହୃତ କରିଛନ୍ତି ଏବଂ ସେହିପରି ସହକାରୀ ସମ୍ପାଦିକ ପଦବୀ ପାଇଁ ମଧ୍ୟ ଅନ୍ୟ ଜଣେ ମହିଳା ପ୍ରାର୍ଥୀ ପ୍ରତ୍ୟାହୃତ ଏବଂ କୋଷାଧ୍ୟକ୍ଷ ପାଇଁ ପ୍ରାର୍ଥୀ ନାମାଙ୍କନ ଖାରଜ ହୋଇଛି । ଆସନ୍ତା ୨୮ ତାରିଖରେ ଭୋଟଦାନ ଜିଲ୍ଲା ଆଇନଜୀବି ସଂଘର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ପିକେପି