
କେନ୍ଦ୍ରାପଡା, ୧୪ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡାର ପବିତ୍ର ବାରୁଣୀ ସ୍ନାନ ଅବସରରେ ଭଗବତୀ ମଣ୍ଡଳ ଆନୁକୂଲ୍ୟରେ ବାଲିପାଟଣା ଖସାଡିଆ ସିଟିକାଣ୍ଡିଲୋ ଗ୍ରାମର ଅଧିଶ୍ୱରୀ ମା’ କ୍ଷେତ୍ରପାଳିନୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ୍ ଭାଗବତ ପାଠ ଓ ଅଖଣ୍ଡ ଧ୍ୱନୀ ସ୍ଥାପନ ମହୋତ୍ସବ ମହା ସମାରୋହରେ ପାଳିତ ହେଉଛି । ଉକ୍ତ କାର୍ଯ୍ୟକ୍ରମକୁ ବାଲିପାଟଣା ଅଂଚଳର ଗ୍ରାମାବସୀମାନେ ପରିଚାଳନା କରୁଛନ୍ତି । ଏହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ରବି