
କେନ୍ଦ୍ରାପଡା,୧୪ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ପରିବାର ଅଦାଲତର ବିଚାରପତି ଦେବାଶିଷ ପଣ୍ଡା ଏକ ଭଙ୍ଗା ପରିବାରକୁ ଯୋଡି ପୁନଃର୍ବାର ଘର ସଂସାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାଇ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସାନ ଜରିଆ ପେରିଜପୁର ଗ୍ରାମର ଅମରେନ୍ଦ୍ର ଦାସଙ୍କୁ ମାର୍ଶାଘାଇ ଥାନା ଅନ୍ତର୍ଗତ କସୋଟୀ ବାଲି ଗ୍ରାମର ରଶ୍ମିତା ଦାସ ବିବାହ କରିଥିଲେ । ବିବାହର କିଛିଦିନ ପରେ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ହେବରୁ ଅମରେନ୍ଦ୍ର ଛାଡପତ୍ର ପାଇଁ ଆବେଦନ କରିଥିବା ବେଳେ ରଶ୍ମିତା ଭରଣ ପୋଷଣ ମାମଲା ରୁଜୁ କରିଥିଲେ । ମାନ୍ୟବର ବିଚାରପତି ଶ୍ରୀ ପଣ୍ଡା ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ବୁଝାସୁଝା କରାଇବାରୁ ଉଭୟ ପୁନଃର୍ବାର ଘର ସଂସାର କରିବା ପାଇଁ ରାଜି ହୋଇ ଘରକୁ ଫେରିଛନ୍ତି । ଉଭୟଙ୍କ ପକ୍ଷରୁ ବରିଷ୍ଠ ଆଇନଜିବୀ ସୁବାଷ ଚନ୍ଦ୍ର୍ର ନାୟକ ଓ ଦୁର୍ଯ୍ୟୋଧନ ସାହୁ ମୋକଦ୍ଦମା ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି