ଚାନ୍ଦବାଲି କୋର୍ଟରେ ୮୨ଟି ମାମଲାର ଆପୋଷ ସମାଧାନ, ୧୪ ଲକ୍ଷରୁ ଅଧିକ ଟଙ୍କା ଆଦାୟ
ଭଦ୍ରକ, ୧୪ ମାର୍ଚ୍ଚ (ହି.ସ.) - ଚାନ୍ଦବାଲି କୋର୍ଟ ପରିସରରେ ଚାନ୍ଦବାଲି ଜେଏମଏଫସି ଜଜ ତନ୍ମୟ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମାମଲାର ଆପୋଷ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୋଟ ୮୨ଟି ବିଭିନ୍ନ ମାମଲାର ଆପୋଷ ସମାଧାନ ହୋଇଥିବା ବେଳେ ଜରିମାନା ଓ ଅନ୍ୟାନ୍ୟ ଶୁଳ୍କ ଆକାରରେ
CHANDBALI COURT APASH SAMADHAN


ଭଦ୍ରକ, ୧୪ ମାର୍ଚ୍ଚ (ହି.ସ.) - ଚାନ୍ଦବାଲି କୋର୍ଟ ପରିସରରେ ଚାନ୍ଦବାଲି ଜେଏମଏଫସି ଜଜ ତନ୍ମୟ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ମାମଲାର ଆପୋଷ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୋଟ ୮୨ଟି ବିଭିନ୍ନ ମାମଲାର ଆପୋଷ ସମାଧାନ ହୋଇଥିବା ବେଳେ ଜରିମାନା ଓ ଅନ୍ୟାନ୍ୟ ଶୁଳ୍କ ଆକାରରେ ମୋଟ ୧୪ ଲକ୍ଷ ୭୪ ହଜାର ୪୨୬ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ଏହି ଆପୋଷ ସମାଧାନ ମାଧ୍ୟମରେ ଅନେକ ପୁରୁଣା ମାମଲାର ଶୀଘ୍ର ସମାଧାନ ହେବା ସହିତ ଅଭିଯୋଗକାରୀ ଓ ପ୍ରତିପକ୍ଷ ଉଭୟଙ୍କୁ ସହଜରେ ନ୍ୟାୟ ମିଳିଥିବା ଜଣାପଡ଼ିଛି। ଚାନ୍ଦବାଲି ଓକିଲ ସଙ୍ଘ ସଭାପତି ଉପେନ୍ଦ୍ର କୁମାର ରାଉଳ, ସମ୍ପାଦକ ରାଜନାରାୟଣ ନାୟକ, ଆଦିତ୍ୟ ବିଶ୍ୱାଳ, ସୁରେଶ ସାହୁ, ପ୍ରିୟରଞ୍ଜନ ମହାନ୍ତି, ମାନସୀ ଆଚାର୍ଯ୍ୟ, ପ୍ରଶାନ୍ତ ଦାସ, ପ୍ରଭାସ ମହାନ୍ତିଦୀପକ ଭଳ, ରଜନୀ ମହାନ୍ତି, ଶ୍ୟାମସୁନ୍ଦର ମହାନ୍ତି ପ୍ରମୁଖ ଆଇନୀଜୀବୀ ଉପସ୍ଥିତ ରହି ମାମଲା ପରିଚାଳନା କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande