କରଞ୍ଜିଆ ଲ୍ୟାମ୍ପସରେ ଧାନ କିଣାରେ ଅବ୍ୟବସ୍ଥା : ଧାନ ବୋରା ରଖି ରାସ୍ତା ଅବରୋଧ କଲେ ଚାଷୀ
ଚମ୍ପୁଆ, ୧୪ ମାର୍ଚ୍ଚ (ହି.ସ.) - ଚମ୍ପୁଆ ବ୍ଲକ କରଞ୍ଜିଆ ଲ୍ୟାମ୍ପସରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଚାଷୀ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି । ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ କରି କରଞ୍ଜିଆ ଲ୍ୟାମ୍ପସ ସମ
କରଞ୍ଜିଆ ଲ୍ୟାମ୍ପସରେ ଧାନ କିଣାରେ ଅବ୍ୟବସ୍ଥା : ଧାନ ବୋରା ରଖି ରାସ୍ତା ଅବରୋଧ କଲେ ଚାଷୀ


ଚମ୍ପୁଆ, ୧୪ ମାର୍ଚ୍ଚ (ହି.ସ.) - ଚମ୍ପୁଆ ବ୍ଲକ କରଞ୍ଜିଆ ଲ୍ୟାମ୍ପସରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଚାଷୀ ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି । ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ କରି କରଞ୍ଜିଆ ଲ୍ୟାମ୍ପସ ସମ୍ମୁଖରେ କରଞ୍ଜିଆ ସରପଂଚ ସୁପ୍ରିୟା ମୁଣ୍ଡାଙ୍କ ନେତୃତ୍ୱରେ ଚାଷୀଙ୍କ ରାସ୍ତା ରୋକ ଯୋଗୁଁ ଚମ୍ପୁଆ ଭଣ୍ଡା ଭାୟା ତୁରୁମୁଙ୍ଗା, ବାଉଁଶୁଳି ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହେଇଯାଇଥିଲା । କରଞ୍ଜିଆ ଲ୍ୟାମ୍ପସରେ ଚାଷୀଙ୍କ ଠାରୁ ଧାନ ନେବା ବଦଳରେ ଧାନ ମିଲକୁ ପଠାଇବାକୁ ମଣ୍ଡି କର୍ତୃପକ୍ଷ ଚାପ ସୃଷ୍ଟି କରିବା, ଠିକ୍ ସମୟରେ ଚାଷୀଙ୍କ ଧାନ ନ ନେବାରୁ ଟୋକନ ଅବଧି ଶେଷ ହେବା, ବହୁଦିନ ଧରି ଅପେକ୍ଷା ପରେ ମଧ୍ୟ ଚାଷୀଙ୍କ ଧାନ ନିଆ ଯାଉନଥିବା ଅଭିଯୋଗ ହୋଇଛି । ଠିକ ସମୟରେ ମଣ୍ଡି ଖୋଲା ଯାଉନଥିବା ସହିତ ଏହି ଲ୍ୟାମ୍ପସରେ ଚାଷୀ ବଦଳରେ ବେପାରୀଙ୍କ ଧାନ କିଣାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କୁହାଯାଉଛି । ଏହାକୁ ବିରୋଧ କରି ଚାଷୀ ଆଜି ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ରୋକ କରିଛନ୍ତି । ଖବର ପାଇ ଚମ୍ପୁଆ ଥାନା ଅଧିକାରୀ ସ୍ୱରୂପ ରଞ୍ଜନ ନାୟକ ଘଟଣାସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିଥିଲେ । ତାଙ୍କ ଦାବୀରେ ଅଟଳ ଥିବାରୁ ରାସ୍ତା ରୋକ ଜାରି ରହିଥିଲା । ଘଟଣାସ୍ଥଳରେ ଏଆରସିଏସ ମଙ୍ଗଲ ସୋରେନ, ନୋଡାଲ ଅଫିସର ସାମଲ ମାରାଣ୍ଡି, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଦିଗାମ୍ବର ପ୍ରଧାନ, ଅତିରିକ୍ତ ତହସିଲଦାର ପ୍ରତୀକ୍ଷା ପ୍ରିୟଦର୍ଶିନୀ ପ୍ରମୁଖ ପହଂଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ଚାଷୀ ରାସ୍ତାରୋକରୁ ଓହରିଥିବା ଦେଖିବାକୁ ମିଳିଥିଲା।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande