ବଲାଙ୍ଗୀର ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି
ବଲାଙ୍ଗିର, ୧୪ ମାର୍ଚ୍ଚ (ହି.ସ.)- ବଲାଙ୍ଗୀର ଜିଲ୍ଲାର ଯୁବକ/ଯୁବତୀମାନେ ବିଭିନ୍ନ କ୍ରୀଡାକ୍ଷେତ୍ରରେ ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ପାଉଛନ୍ତି । ତେଣୁ ସେମାନଙ୍କୁ ଆହୁରି ଆଗକୁ ନେବାକୁ କ୍ରୀଡା ଭିତ୍ତିଭୂମିର ଆବଶ୍ୟକତା ରହିଛି । ସରକାର ଏଥିପାଇଁ ପଦକ୍ଷେପ ନେଉଛନ୍ତି କି ଓ ବଲାଙ୍ଗୀରରେ ଜାତୀୟସ୍
ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମୀ ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି


ବଲାଙ୍ଗିର, ୧୪ ମାର୍ଚ୍ଚ (ହି.ସ.)- ବଲାଙ୍ଗୀର ଜିଲ୍ଲାର ଯୁବକ/ଯୁବତୀମାନେ ବିଭିନ୍ନ କ୍ରୀଡାକ୍ଷେତ୍ରରେ ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ପାଉଛନ୍ତି । ତେଣୁ ସେମାନଙ୍କୁ ଆହୁରି ଆଗକୁ ନେବାକୁ କ୍ରୀଡା ଭିତ୍ତିଭୂମିର ଆବଶ୍ୟକତା ରହିଛି । ସରକାର ଏଥିପାଇଁ ପଦକ୍ଷେପ ନେଉଛନ୍ତି କି ଓ ବଲାଙ୍ଗୀରରେ ଜାତୀୟସ୍ତରୀୟ ହାଫମାରାଥନ କରିବେ ବୋଲି ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ କ୍ରୀଡା ଓ ଯୁବବ୍ୟାପାର ବିଭାଗର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ରାଜ୍ୟ ସରକାର କ୍ରୀଡା ଭିତ୍ତିଭୂମି ନିର୍ମାଣ ପାଇଁ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ୪,୧୨୪ କୋଟି ଟଙ୍କାର ବଜେଟ ଧରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଖପ୍ରାଖୋଲରେ ୧୬ କୋଟି ୪୨ ଲକ୍ଷ ୩୬ ହଜାର ଟଙ୍କା ଓ ପାଟଣାଗଡଠାରେ ୧୯ କୋଟି ୮୬ ଲକ୍ଷ ୪୬ ହଜାର ଟଙ୍କାର ଅନୁଦାନରେ ଦୁଇଟି ମଲ୍ଟିପର୍ପୋସ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛନ୍ତି । ଅନ୍ୟ ବ୍ଲକଗୁଡିକରେ ମଧ୍ୟ ଜମି ଖୋଜା ଚାଲିଛି । ଏହା ସହିତ ଗ୍ରାମାଞ୍ଚଳରେ ୧୪ଟି ସ୍ଥାନ ଓ ସହରାଞ୍ଚଳରେ ୫ଟି ସ୍ଥାନରେ ୨୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚରେ ଖେଳପଡିଆ ଉନ୍ନତିକରଣ କାମ କରାଯାଇଛି । ବ୍ଲକସ୍ତରୀୟ ଷ୍ଟାଡିୟମରେ ଫୁଟବଲ, କ୍ରିକେଟ, ଅଥେଲେଟିକ ଟ୍ରାକ, ଭଲିବଲ କୋର୍ଟ, ଖୋଖୋ ଓ କବାଡି କୋର୍ଟ, (ବେଡମିଣ୍ଟନ, ଟେବୁଲଟେନିସ, ୟୋଗା, ଜିମ) ପାଇଁ ଇଣ୍ଡୋର ଷ୍ଟାଡିୟମ, କମନ ଫେସିଲିଟି(ଚେଞ୍ଜିଂରୁମ, ୱାସରୁମ), ବାଉଣ୍ଡରିୱାଲ ଓ ଗେଟ ରହିବ । ବଲାଙ୍ଗୀର ଆର.ଏନ.ସିଂଦେଓ ସ୍ପୋର୍ଟସ କମ୍ପେ୍ଲକ୍ସରେ (ସ୍ପୋର୍ଟସ ହଷ୍ଟେଲ, ସ୍ୱିମିଂପୁଲ, ଫୁଟବଲ ଫିଲ୍ଡ, କ୍ଲେଆଥେଲେଟିକ ଟ୍ରାକ, ଲନବଲକୋର୍ଟ, ଫେସିଲିଟି ବିଲଡିଂ ଇତ୍ୟାଦି) ବ୍ୟବସ୍ଥା କରାଯାଇଥିବା ବେଳେ କଣ୍ଟାବାଞ୍ଜି ଏନଏସିରେ ୭ କୋଟି ୫୭ ଲକ୍ଷ ଟଙ୍କା ଓ ତୁଷୁରା ଏନଏସିରେ ୬ କୋଟି ୩୫ ଲକ୍ଷ ୩୧ ହଜାର ଟଙ୍କାର ଅନୁଦାନରେ ମଲଟିପର୍ପୋସ ଇଣ୍ଡୋରଷ୍ଟାଡିୟମ କାମ ଚାଲୁରହିଛି ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ଉତ୍ତର ରଖିଛନ୍ତି । ତେବେ ଚଳିତବର୍ଷ ବଲାଙ୍ଗୀର ଜିଲ୍ଲାରେ ଜାତୀୟସ୍ତରୀୟ ହାଫମାରାଥନ କରାଇବାର କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ଠିକ ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକର ବିଲଡିଂ ନିର୍ମାଣ ନେଇ ଗଣଶିକ୍ଷାମନ୍ତ୍ରୀ ବିଭାଗକୁ ହୋଇଥିବା କଳିକେଶଙ୍କର ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ଯେ, ଟିଟିଲାଗଡରେ ରେଳବିଭାଗ ପକ୍ଷରୁ ୮ଏକର ଜମି ହସ୍ତାନ୍ତର ପ୍ରକ୍ରୀୟା ଚାଲିଛି ଓ ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ସେହିପରି ପାଟଣାଗଡରେ ୧୦ ଏକର ଜମି ଚିହ୍ନଟ କରାଯାଇ ହସ୍ତାନ୍ତର ପ୍ରକ୍ରିୟା ଚାଲିଛି ଓ ସିପିଡବ୍ଲୁଡି ବିଭାଗକୁ ଡିଡିଆର ମଗାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଉତ୍ତର ରଖିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାର ଦିବ୍ୟାଙ୍ଗଜନଙ୍କ ଭତ୍ତା ପ୍ରସଙ୍ଗରେ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗକୁ କରାଯାଇଥିବା ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି ଯେ, ବଲାଙ୍ଗୀର ଜିଲ୍ଲାରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ୨୯୮ଜଣଙ୍କର ଆବେଦନ ଆସିଥିଲା ସେଥିରୁ୨୦ ଜଣଙ୍କର ଭତ୍ତା ମଞ୍ଜୁର ହୋଇଛି । ସେହିପରି ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ଥିବା ୬୧୧ ଜଣଙ୍କର ଆବେଦନ ଆସିଥିଲା ଓ ସେଥିରୁ ୩୮୪ ଜଣଙ୍କର ଭତ୍ତା ମଞ୍ଜୁର ହୋଇଥିବା ଉତ୍ତର ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande