ଅଳାଇଲୋ ସୋସାଇଟିରେ ଦିବ୍ୟାଙ୍ଗ ଚାଷୀଙ୍କୁ ଶୋଷଣ
କେନ୍ଦ୍ରାପଡା, ୧୪ ମାର୍ଚ୍ଚ (ହି.ସ.)- ଜଣେ ୮୦ ପ୍ରତିଶତ ଦିବ୍ୟାଙ୍ଗ ଚାଷୀ ସମବାୟ ସମିତିରେ ଧାନ ବିକିବାକୁ ଯାଇ ଶୋଷଣର ଶିକାର ହୋଇଛନ୍ତି। ଏକ କୁଇଣ୍ଟାଲ ଧାନ ପାଇଁ ୫ କିଲୋ ହିସାବରେ ତାଙ୍କୁ କଟନି ଛଟନିର ଶିକାର ହେବାକୁ ପଡିଛି। ସୂଚନା ମୁତାବକ, ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଳାଇଲୋ ସେବା ସମବାୟ
--ଅଳାଇଲୋ ସୋସାଇଟ ରେ ଦିବ୍ୟାଙ୍ଗ ଚାଷୀଙ୍କୁ ଶୋଷଣ


କେନ୍ଦ୍ରାପଡା, ୧୪ ମାର୍ଚ୍ଚ (ହି.ସ.)- ଜଣେ ୮୦ ପ୍ରତିଶତ ଦିବ୍ୟାଙ୍ଗ ଚାଷୀ ସମବାୟ ସମିତିରେ ଧାନ ବିକିବାକୁ ଯାଇ ଶୋଷଣର ଶିକାର ହୋଇଛନ୍ତି। ଏକ କୁଇଣ୍ଟାଲ ଧାନ ପାଇଁ ୫ କିଲୋ ହିସାବରେ ତାଙ୍କୁ କଟନି ଛଟନିର ଶିକାର ହେବାକୁ ପଡିଛି।

ସୂଚନା ମୁତାବକ, ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଳାଇଲୋ ସେବା ସମବାୟ ସମିତି ଲିଃ, ରାଜଗଡ଼କୁ ଦେଉଳପଡା ପଞ୍ଚାୟତ ଅମିରାବାଦ(ବାଙ୍କିଛନ୍ଦା) ଗ୍ରାମର ଜଣେ ଦିବ୍ୟାଙ୍ଗ ଚାଷୀ ଚନ୍ଦନ ପାଇଟାଳ ଧାନ ବିକ୍ରୟ ପାଇଁ ନେଇଥିଲେ। ଚନ୍ଦନଙ୍କ ମୋଟ୍ ୨୫ ଗୋଟି ବସ୍ତା ଧାନକୁ ମୋଟ୍ ୧୧.୭୮ କୁଇଣ୍ଟାଲ ଓଜନ ହୋଇଥିଲା। ହେଲେ ପ୍ରତି କୁଇଣ୍ଟାଲ ପିଛା ୫ କିଲୋ ହିସାବରେ ତାଙ୍କର ମୋଟ୍ ୫୮ କିଲୋ ଧାନ କଟାଯାଇ ତାଙ୍କୁ ୧୧.୨୦ କୁଇଣ୍ଟାଲର ଚିଠା ଦିଆଯାଇଛି ବୋଲି ଚନ୍ଦନ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ ଧାନ ଦେବା ପାଇଁ ତାଙ୍କୁ ଝୋଟ ଅଖା ମଧ୍ୟ ସୋସାଇଟି ପକ୍ଷରୁ ଯୋଗାଇ ଦିଆଯାଇନଥିବାରୁ ସେ ବାଧ୍ୟ ହୋଇ ବାହାର ବଜାରରୁ ୩୧ ଟଙ୍କା ହିସାବରେ ୨୫ଟି ଅଖାକୁ ୭୭୫ ଟଙ୍କା ଖର୍ଚ୍ଚ କରି କିଣିବାକୁ ବାଧ୍ୟ ହୋଇଛନ୍ତି। ତେବେ ଖୋଦ୍ ଯୋଗାଣ ମନ୍ତ୍ରୀ କଟଣୀ ଛଟଣୀ ହେଉନି ବୋଲି ମତ ରଖୁଥିବା ବେଳେ ଚନ୍ଦନଙ୍କ ଭଳି ଜଣେ ଦିବ୍ୟାଙ୍ଗ ଚାଷୀ ଅଳାଇଲୋ ସୋସାଇଟି ନାଁରେ ଆଣିଛନ୍ତି ଏଭଳି ଗୁରୁତର ଅଭିଯୋଗ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande