ନିଜର ୨ ଶିଶୁକନ୍ୟାଙ୍କୁ କୂଅରେ ଫୋପାଡ଼ି ଫାଶୀ ଲଗାଇ ମା ର ଆତ୍ମହତ୍ୟା
ନିଜର ୨ ଶିଶୁକନ୍ଯାଙ୍କୁ କୂଅରେ ଫୋପାଡ଼ି ଫାଶୀ ଲଗାଇ ମାଁ'ର ଆତ୍ମହତ୍ୟା

ସମ୍ବଲପୁର, ୧୪, ମାର୍ଚ୍ଚ (ହି.ସ.) - ନିଜର ୨ ଶିଶୁ କନ୍ୟାଙ୍କୁ କୁଅଁରେ ବୁଡ଼ାଇ ହତ୍ୟା କରିଥିବା ମା ଜରାବଗା ପଂଚାୟତ ଦୁମୁକୁ ନିକଟ ଜଙ୍ଗଲରେ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାନୁସାରେ ଶୁକ୍ରବାର ଦିନ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରାବଗା ପଂଚାୟତ ସର୍ଗିଡିହି ଗ୍ରାମର ଜେମେସ ମାଡ଼କିଙ୍କ ସ୍ତ୍ରୀ ସଞ୍ଜୁ ମାଡ଼କି ନିଜର ୫ ବର୍ଷର ଶିଶୁକନ୍ୟା ସୁହାନା ଓ ୪ ମାସର ଶିଶୁ କନ୍ୟାଙ୍କୁ ଘର ପାଖ କୁଅଁରେ ପକାଇ ଦେଇ ଫେରାର ମାରିଥିଲା । ଉଦ୍ଧାର ପରେ ଚିକିତ୍ସା ହେଲା, ମାତ୍ର ଉଭୟ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇ ସାରିଥିଲା । ଅନ୍ୟପଟେ ଶନିବାର ସକାଳେ ଦୂମୁକୁ ନିକଟ ଜଙ୍ଗଲରେ ଏକ ଗଛରେ ସଞ୍ଜୁଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ମାନେ ତୁରନ୍ତ ମହୁଲପାଲି ଥାନାକୁ ସୂଚନା ଦେଇଥିଲେ। ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଂଚି ଯାଂଚ କରିଥିଲା । ପ୍ରାଥମିକ ତଦନ୍ତରେ ସଞ୍ଜୁ ଏକାକୀ ଜଙ୍ଗଲକୁ ଆସି ବୁଲାବୁଲି କରିଥିଲା। କିଛି ବୁଦା ଗଛ ଉପରେ ନିଜର ଗାମୁଛା ରଖି ନିକଟରେ ଥିବା ଏକ ବଡ ଗଛ ତଳେ ଚପଲ ଓହ୍ଲାଇ ଗଛ ଉପରେ ଚଢି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରିଛି । ମହୁଲପାଲି ଥାନାର ଏସଆଇ ସୁଜିତ୍ ମହନ୍ତ ଏହି ଅପମୃତ୍ୟୁ ମାମଲାର ଯାଂଚ ଜାରି ରଖିଛନ୍ତି। ନିଜ ଜନମ କଲା ୨ ଶିଶୁ କନ୍ୟାଙ୍କୁ ହତ୍ୟା କରିବା ପରେ ମା ନିଜେ ମଧ୍ୟ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ମୃତ ସଞ୍ଜୁଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ତାଙ୍କ ପରିବାର ଲୋକ କହୁଥିବା ବେଳେ ପୋଲିସ ବିଭିନ୍ନ ଦିଗକୁ ନେଇ ଯାଂଚ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande