ଭିଜିଲାନ୍ସ ନଜରରେ ସମସ୍ତେ ଅଛନ୍ତି, ସମୟକୁ ଅପକ୍ଷା କରନ୍ତୁ କେହି ବାଦ୍ ପଡିବେନି- ଏସପି ଭିଜିଲାନ୍ସ
ରାଉରକେଲା, ୧୪ ମାର୍ଚ୍ଚ (ହି.ସ.)- ବଡ ବଡ ଥାନା ହେଉ କିମ୍ବା ଆଖପାଖରେ ଚର୍ଚ୍ଚାରେ ଥିବା ଅଫିସ ହେଉ ସମସ୍ତଙ୍କ ବିଷୟରେ ଖବର ନିଆଯାଉଛି । ସଠିକ୍ ସମୟ ଆସିଲେ ସେହି ସବୁ ଦୁର୍ନୀତିଖୋର ଅଧିକାରୀ କିମ୍ବା ପୁଲିସ ବାବୁ କେହି ବାଦ୍ ପଡିବେନି ସବୁ ଭିଜିଲାନ୍ସ କବଳକୁ ଆସିଜିବେ ଅପେକ୍ଷା କରନ୍ତୁ ବୋଲି ରାଉର
ଭିଜିଲାନ୍ସ ନଜରରେ ସମସ୍ତେ ଅଛନ୍ତି, ସମୟକୁ ଅପକ୍ଷା କରନ୍ତୁ କେହି ବାଦ୍ ପଡିବେନି- ଏସପି ଭିଜିଲାନ୍ସ


ରାଉରକେଲା, ୧୪ ମାର୍ଚ୍ଚ (ହି.ସ.)- ବଡ ବଡ ଥାନା ହେଉ କିମ୍ବା ଆଖପାଖରେ ଚର୍ଚ୍ଚାରେ ଥିବା ଅଫିସ ହେଉ ସମସ୍ତଙ୍କ ବିଷୟରେ ଖବର ନିଆଯାଉଛି । ସଠିକ୍ ସମୟ ଆସିଲେ ସେହି ସବୁ ଦୁର୍ନୀତିଖୋର ଅଧିକାରୀ କିମ୍ବା ପୁଲିସ ବାବୁ କେହି ବାଦ୍ ପଡିବେନି ସବୁ ଭିଜିଲାନ୍ସ କବଳକୁ ଆସିଜିବେ ଅପେକ୍ଷା କରନ୍ତୁ ବୋଲି ରାଉରକେଲା ଓ ସମ୍ବଲପୁର ଭିଜିଲାନ୍ସ ଏସପି ଦାୟିତ୍ୱରେ ଥିବା ପିକେ ଦ୍ୱିବେଦୀ କେତେକ ପ୍ରଶ୍ନର ଉତରରେ କହିଛନ୍ତି । ରାଉରକେଲା ଡିଭିଜନରେ ବହୁତ ଦିନ ହେଲା ଏସପି ଭିଜିଲାନ୍ସ ପୋଷ୍ଟ ଖାଲିଥିବା ବେଳେ ସମ୍ବଲପୁର ଏସପି ଭିଜିଲାନ୍ସ ପଦ ମଧ୍ୟ ଖାଲି ରହିଥିଲା । ତେବେ ନିୟମିତ ଚାକିରିଆ କେହି ନମିଳିବାରୁ ଅବସର ନେଇଥିବା ଏସପି ଶ୍ରୀ ଦ୍ୱିବେଦୀଙ୍କୁ ଏବେ ଉଭୟ ଜିଲ୍ଲା ସମ୍ଭାଳିବାକୁ ପଡୁଛି । ତେବେ ଏହାରି ଭିତରେ ବର୍ଷ ଆରମ୍ଭର ପ୍ରଥମ ମାମଲା ହେବାକୁ ରାଉରକେଲା ଡିଭିଜନକୁ ୩ ମାସ ଲାଗିଥିବା ବେଳେ ପ୍ରଥମ କେଶ ବଡଗାଁ ଥାନାର ଏଏସଆଇଙ୍କୁ ୨୫ ହଜାର ଲାଂଚ ନେବା ବେଳେ ଗିରଫ କରାଯାଇଛି। ତାଙ୍କ ଠାରୁ ୩,୩୧୦୦୦ ନଗଦ ବାହାରିଥିବା ବେଳେ ଗୋଟିଏ ପ୍ଲଟ ନଖରା ଅଞ୍ଚଳରେ ଓ କିଛି ବିଦେଶୀ ମୁଦ୍ରା ଓ ଅନ୍ୟାନ୍ୟ ସାମଗ୍ରୀ ବାହାରିଥିବା ନେଇ ରାଉରକେଲା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି । ତେବେ ଏହି ସମୟରେ ଏକ ସ୍ୱତନ୍ତ୍ର ପ୍ରଶ୍ନ ତାଙ୍କୁ ଥିଲା ଯେ, ଯଦି ଏଏସଆଇ ଠାରୁ ସାଧାରଣ ଥାନାରୁ ଏତିକି ବାହାରୁଛି, ଢାବା ବାଲା ଠାରୁ ୨୫ ହଜାର ନିଆଯାଉଛି ତେବେ ଢାବା, କଳକାରଖାନା ବହୁଳ ବ୍ରାହ୍ମଣୀତରଙ୍ଗ ଥାନା, ଆରଏସପି ଓ ଡଂପିଙ୍ଗ ଅଂଚଳର ଟାଙ୍ଗରପାଲ୍ଲୀ ଥାନା, ରଘୁନାଥପାଲ୍ଲୀ ଥାନା, ପ୍ଲାଂଟସାଇଡ ଥାନା ଓ ଖଣିବହୁଳ କୋଇଡା ଥାନା ଓ କଳକାରଖାନା ବହୁଳ ବଣେଇ ଥାନାରେ କେତେ ରୋଜଗାର ହେଉନଥିବ, ରାଉରକେଲାର ଜଂଗଲ ବିଭାଗ, ଫ୍ୟାକ୍ଟ୍ରି ବୟଲର, ଡ୍ରଗ ଇନ୍ସପେକ୍ଟର, ଅବକାରୀ ଅଫିସ, କୋଇଡା ଖଣି ଅଫିସ, ରାଉରକେଲା ମହାନଗର, ପୁର୍ତ ବିଭାଗରେ କ'ଣ ନଚାଲିଥିିବ, ସେମାନଙ୍କ ଉପରେ କେବେ ହେଲେ ଭିଜିଲାନ୍ସ ରାଉରକେଲା ଅଫିସ ହେବାଠାରୁ ଭିଜିଲାନ୍ସର ନଜର ପଡିନାହିଁ ଓ କେବେ ପଡିବ ବୋଲି ପଚରାଜିବାରୁ ଏସପି କହିଥିଲେ ସବୁ ଦୁହାଳିଆ କୁହାଯାଉଥିବା ଥାନା ଓ ଅଫିସ ଉପରେ ଭିଜିଲାନ୍ସର ନଜର ରହିଛି, ଲୋକେ ଓ ଗଣମାଧ୍ୟମରେ ଅନେକ ସମୟରେ ଅନେକ କଥା ଆସୁଛି, ହେଲେ ଭିଜିଲାନ୍ସକୁ ସଠିକ୍ ତଥ୍ୟର ଆବଶ୍ୟକତା ଥାଏ, ସମ୍ପୂର୍ଣ ତଥ୍ୟ ମିଳିବା ପରେ ଯାଇ ଭିଜିଲାନ୍ସ ତା'ର କାମ କରିଥାଏ । ତେବେ ରାଉରକେଲା ମହାନଗର ନିଗମ ମୁନିସିପାଲିଟି ଠାରୁ କାମ କରୁଥିବା ବେଳେ ଅନେକ ଦୁର୍ନୀତି ସେଠାରେ ଚାଲିଛି ବୋଲି ଅଭିଯୋଗ ଉପରେ ସେ କହିଲେ ଆମେ ଅନେକ ଖବର ପାଇଛୁ ତା'ର ତଦନ୍ତ ଚାଲିଛି ସଠିକ୍ ସମୟରେ ପଦକ୍ଷେପ ନିଆଜିବ। ତେବେ ରାଉରକେଲା ଭିଜିଲାନ୍ସ ଏକ ଛୋଟ ୟୁନିଟରୁ ଏସପି ଅଫିସ ହେଲା, ଅନେକ ଅଧିକାରୀ ଏଠି ମୋଟା ଦରମା ପାଇ ରହିଲେ ହେଲେ ରାଉରକେଲାରେ ଆଜି ଯାଏ ସେଭଳି ସଫଳତା ନମିଳିବା ଓ ଖବର ମିଳିବାରେ ବିଳମ୍ବ ହେବା ଓ ତାହାର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠିବା ଭଳି କଥାରେ ଭିଜିଲାନ୍ସର ଏହା ବିଫଳତା କି ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ନେଗେଟିଭ ପଜିଟିଭ କଥା ସବୁବେଳେ ରହିଛି, କିନ୍ତୁ ଭିଜିଲାନ୍ସ ସବୁବେଳେ ଆକ୍ଟିଭ ରହିଛି ସମୟକୁ ଅପେକ୍ଷା କରନ୍ତୁ ସବୁ ଜାଣିପାରିବେ, ଆମେ କେମିତି କାମ କରୁଛୁ ତାହା ଆପଣ ମାନେ ଜାଣିପାରିବେ ନାହିଁ ବୋଲି ଶ୍ରୀ ଦ୍ୱିବେଦୀ କହିବା ସହ ତାଙ୍କ ଉତରକୁ ସାରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଏଠାରେ ଭିଜିଲାନ୍ସ ଅଫିସ ହେବା ଅନେକ ଦିନ ହୋଇଗଲା, ହେଲେ ରାଉରକେଲାରେ ତଳିଆ କର୍ମଚାରୀଙ୍କୁ ଛାଡିଦେଲେ କେବେ ବଡ ଯାଗାରେ ହାତ ମରାଯାଇପାରିନି, ଭିଜିଲାନ୍ସ ପ୍ରତି ଭୟ ମଧ୍ୟ ରହୁନଥିବା ଦେଖାଯାଉଛି। ଭିଜିଲାନ୍ସ ଏନେଇ ସରପ୍ରାଇଜ ଚେକିଂଟିଏ ଦିନେ ହେଲେ କରୁନାହିଁ, ଫଳରେ ବାବୁମାନେ ବିନା ଭୟରେ ତାଙ୍କ କାରବାର ଚଳାଉଥିବା କୁହାଯାଉଛି ।

ପୁଲିସ ଉପରେ କେବେ ହାତ ମରାଯାଉନଥିଲା ଏବେ ତଳିଆ ବାବୁଙ୍କୁ ଧରାଯାଇଛି । ସୁନ୍ଦରଗଡ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଫିସ ର କେଳେଙ୍କାରୀ ପ୍ରତିଦିନ ମିଡିଆରେ ଆସୁଛି, ଲୁଟପାଟର ସୀମା ଅତିକ୍ରମ କଲାଣି ଏହି ଜିଲ୍ଲା, ଏଠାରେ ଅଫିସରମାନେ ରହି ରୋଜଗାର କରି କଟକ, ଭୁବନେଶ୍ୱରରେ ଜାଗାବାଡି ସଂପତି ବଢାଇ ଚାଲିଛନ୍ତି, କିନ୍ତୁ ରାଉରକେଲା ଭିଜିଲାନ୍ସ କେବଳ ଆଜିଯାଏ ଦେଖଣାହାରୀ ହୋଇ ରହିଛି ଓ ଦୁର୍ନିତି ଖୋର ମାନଙ୍କ ସହ ମିଶିକରି ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ଏଭଳି କାରବାର ଲାଗି ଜଣେ ଏସପି ଏଠାରେ ନରହିବା କାମଚଳା କାରବାରରେ କାମ ଚଳାଇବା ବ୍ୟବସ୍ଥା ଲୁଟେରା ମାନଙ୍କୁ ବେଶ୍ ସୁହାଉଥିବା କୁହାଯାଉଛି । ହେଲେ ରାଜ୍ୟ ମୁଖିଆମାନେ ଆଜି ଯାଏ ନିିରବ ରହୁଥିବାରୁ ସରକାର ଉପରେ ଲୋକଙ୍କ ଭରଷା ଧିରେ ଧିରେ କମୁଥିବାର ଦେଖାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande